କରୋନା ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର

ଭୁବନେଶ୍ୱର: ପୁଣି ଥରେ ଦେଶରେ ହୁ ହୁ ହୋଇ କରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ଓଡ଼ିଶାରେ ମଧ୍ୟ ବିଭିନ୍ନ ଜିଲାକୁ କରୋନା ବ୍ୟାପିବାରେ ଲାଗିଛି। କେନ୍ଦ୍ର ସରକାର ସମସ୍ତ ରାଜ୍ୟଗୁଡିକୁ ଅକ୍ସିଜେନ ସିଲିଣ୍ଡର, ଆଇସୋଲେଶନ୍‌ ବେଡ୍‌, ଭେଣ୍ଟିଲେଟର ଏବଂ ଜରୁରୀକାଳିନ ଔଷଧ ସହିତ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସମ୍ପର୍କରେ ସୂଚନା ଦେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍ତି, କରୋନା ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। କେନ୍ଦ୍ର ସରକାରଙ୍କ ମାର୍ଗଦର୍ଶିକା ଅନୁସାରେ, ଅକ୍ସିଜେନ୍‌ ସପ୍ଲାଏର ମକ୍‌ଡ୍ରିଲ୍‌ କରାଯାଇଛି। ଏଥିସହ ଜରୁରୀକାଳୀନ ଔଷଧ ଏବଂ ଚିକିତ୍ସା ବ୍ୟବସ୍ଥାକୁ ନେଇ ମଧ୍ୟ ମକ୍‌ଡ୍ରିଲ୍‌ କରାଯାଇଥିବା ସେ ସୂଚନା ଦେଇଛନ୍ତି। ସେହିପରି କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ କରୋନାର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିବା ହସ୍ପିଟାଲର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଡା. ଧନଞ୍ଜୟ ଦାସ ସୂଚନା ଦେଇଛନ୍ତି।