କେନ୍ଦ୍ର ସାଧାରଣ ବଜେଟ୍ ୨୦୨୨: ଆୟୁଷ୍ମାନ ଡିଜିଟାଲ ମିଶନ ଭାରତ କୁ ଗୁରୁତ୍ତ୍ଵ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ମୋଦୀ ସରକାରଙ୍କ ୧୦ମ ବଜେଟ୍ ଉପସ୍ଥାପନ କରିବେ। ଭବିଷ୍ୟତରେ ଯେ କୌଣସି ବିପର୍ଯ୍ୟୟରୁ ସୁରକ୍ଷିତ ରହିବା ପାଇଁ ଭାରତର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଆହୁରି ବୃଦ୍ଧି କରିବା ଉପରେ ବଜେଟରେ ଧ୍ୟାନ ଦିଆଯିବ ବୋଲି ଆଶା କରାଯାଉଛି। ଏହା ସହିତ ସରକାର ଏବେ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ୍ କୁ ମଧ୍ୟ ରେଳବାଇର ହସ୍ପିଟାଲ ଗୁଡ଼ିକ ସହିତ ଯୋଡ଼ିଛନ୍ତି । ଏହାଦ୍ୱାରା କର୍ମଚାରୀ ମାନେ ଅନେକ ଫାଇଦା ପାଇବେ । ଏହି ଉପାୟରେ ରେଳବାଇ ହସ୍ପିଟାଲ ଗୁଡ଼ିକରେ ସ୍ୱାସ୍ଥ୍ୟ ପ୍ରଣାଳୀ ଉନ୍ନତ ହେବ ଓ କର୍ମଚାରୀଙ୍କ ଫାଇଲ୍ ଡିଜିଟାଲ୍ ପାସ୍ ହୋଇପାରିବ । ଏପରିସ୍ଥଳେ ସମୟ ବି ବଞ୍ଚିବ ଓ କର୍ମଚାରୀଙ୍କୁ ବାରମ୍ବାର ଅଫିସ୍ ର ଚକର କାଟିବାକୁ ବି ପଡ଼ିବ ନାହିଁ ।୨୭ ସେପ୍ଟେମ୍ବର ୨୦୨୧ ରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ (ଏବିଡିଏମ୍) କୁ ରେଳ ଡାକ୍ତରଖାନା ସହିତ ସଂଯୋଗ କମ୍ବା ଫଳରେ ପ୍ରାୟ ୮୦ ଲକ୍ଷ ରେଳ କର୍ମଚାରୀ ଏବଂ ପେନସନଭୋଗୀ ଉପକୃତ ହେବେ ।

Comments (0)
Add Comment