ସିଡିଏସ୍‌ ବିପିନ ରାୱତଙ୍କ ହେଲିକପ୍ଟର କ୍ରାସ : ଆସିଲା ତଦନ୍ତ ରିପୋର୍ଟ

ଗତ ବର୍ଷର ଡିସେମ୍ବର ୮ ତାରିଖ ଦିନ ତାମିଲନାଡୁର କୁନ୍ନୁର ଠାରେ ହୋଇଥିବା ବାୟୁସେନାର ହେଲିକପ୍ଟର ଦୁର୍ଘଟଣାର ଚୂଡାନ୍ତ ତଦନ୍ତ ରିପୋର ଆସି ସାରିଛି I। ରିପୋର୍ଟରେ କୁହାଯାଇଛି ଯେ ହଠାତ୍‌ ପାଗରେ ପରବର୍ତ୍ତନ ଆସିବାରୁ ହେଲିକପ୍ଟରଟି ମେଘ ଖଣ୍ଡ ମଧ୍ୟରେ ପ୍ରବେଶ କରି ଯାଇଥିଲା। ମେଘ ଖଣ୍ଡ ଯୋଗୁ ପାଇଲଟ ଜଣଙ୍କ ଆଉ କିଛି ଦେଖିପାରି ନଥିଲେ। ଫଳରେ ସେ ସଂପୂର୍ଣ୍ଣ ଭାବେ ହଡ଼ବଡ଼େଇ ଯାଇଥିଲେ।ଏଥିସହ ହେଲିକପ୍ଟର ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଏହାପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। କୌଣସି ଯାନ୍ତ୍ରିକ ତ୍ରୁଟି କିମ୍ବା ଅବହେଳା ଯୋଗୁଁ ଦୁର୍ଘଟଣା ଘଟିଥିବା କଥାକୁ ରିପୋର୍ଟରେ ଖାରଜ କରାଯାଇଛି ।
ସୂଚନା ଅନୁସାରେ ର ଡାଟା ରେକର୍ଡ ଓ କକପିଟ୍‌ ଭଏସ୍ ରେକର୍ଡର ତର୍ଜମା କରାଯାଇ ଯାହା ଜଣ ପଡିଛି ଯେ ହେଲିକପ୍ଟର ଦୁର୍ଘଟଣା ପଛରେ କୌଣସି ଯାନ୍ତ୍ରିକ ତ୍ରୁଟି, ଷଡ଼ଯନ୍ତ୍ର କିମ୍ବା ଅବହେଳା ନାହିଁ। କାରଣ ସେଦିନ ଦେଶର ପ୍ରଥମ ସିଡିଏସ୍‌ପି ବିପିନ ରାୱତଙ୍କୁ ନେଇ ଯାଉଥିବା ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ତାମିଲନାଡୁର କୁନ୍ନୁର ଠାରେ କ୍ରାଶ ହୋଇଥିଲା। ଏଥିରେ ସିଡିଏସ୍‌ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ବାୟୁ ସେନାର ୧୪ ଜଣ ବରିଷ୍ଠ ଅଧିକାରୀ ପ୍ରାଣ ହରାଥିଲେ।

Comments (0)
Add Comment