ଆଜି ପ୍ରକାଶ ପାଇଲା ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ

ଆଜି ଦିନ ୧୨ ଟା ବେଳେ ସିବିଏସଇ ଅଫିସିଆଲ ୱେବ ସାଇଟ ରେ ପ୍ରକାଶ ପାଇଛି ପାଇଛି ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ କରୋନା ଭୟାବହତା କୁ ଦୃଷ୍ଟି ରେ ରଖି କେନ୍ଦ୍ର ଏବଂ ରାଜ୍ୟ ସରକାର କୌଣସି ସ୍କୁଲ ରେ ପରୀକ୍ଷା କରି ନ ଥିଲେ,ଫଳରେ ପୂର୍ବ ର ଶ୍ରେଣୀ ପରୀକ୍ଷା ର ରେଜଲ୍ଟ କୁ ଅନୁଧ୍ୟାନ କରି ପରସେଣ୍ଟଜ଼ ହିସାବ କରି ରେଜଲ୍ଟ ପ୍ରକାଶ କରିଛନ୍ତି I ଫଳରେ ଚଳିତ ବର୍ଷ ପାସ ହାର ପୂର୍ବର ସମସ୍ତ ରେକର୍ଡଙ୍କୁ ଭାଙ୍ଗି ଦେଇଛି । ସର୍ବ ଭାରତୀୟ ସ୍ତରରେ ପାସ ହାର ୯୯ ଦଶମିକ ୪ ପ୍ରତିଶତ ରହିଛି ଭୁବନେଶ୍ୱର ଜୋନରେ ପାସ ହାର ରହିଛି ୯୯ ଦଶମିକ ୬୨ ପ୍ରତିଶତ । ବଡ କଥା ହେଉଛି ବିନା ପରୀକ୍ଷାରେ ରେଜଲ୍ଟ ବାହାରିଥିଲେ ମଧ୍ୟ ମାର୍କକୁ ନେଇ ପ୍ରାୟ ପିଲା ସନ୍ତୋଷ ପ୍ରକାଶ କରିଛନ୍ତି ।

କରୋନା କାଳର ପରୀକ୍ଷା ଫଳ ଆସିବା ପରେ ଖୋଦ୍ ଏହି ପିଲାମାନେ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେମାନେ ଭାବି ନଥିଲେ , ଏତେ ମାର୍କ ମିଳିବ ବୋଲି । କରୋନା ପାଇଁ ପରୀକ୍ଷା ବାତିଲ ହେବା ପରେ, ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରୀଙ୍କୁ ମାର୍କ ଦିଆଯାଇଥିଲା ।ଆଉ ନିଜ ପ୍ରତିକ୍ରିୟାରେ ଛାତ୍ରଛାତ୍ରୀମାନେ ବେଶ୍ ଖୁସି ପ୍ରକାଶ କରୁଥିଲେ ।

ସର୍ବଭାରତୀୟ ସ୍ତରରେ ଚଳିତ ବର୍ଷ ପାସ୍ ହାର ରହିଛି ୯୯ଦଶମିକ ୪ପ୍ରତିଶତ । ୨୦ଲକ୍ଷ ୭୬ ହଜାର ୯୯୭ପିଲା ପାସ୍ କରିଛନ୍ତି । ଚଳିତ ବର୍ଷ ୯୯ ଦଶମିକ ୨୪ ପ୍ରତିଶତ ଛାତ୍ରୀ ଏବଂ ୯୮ଦଶମିକ ୮୯ ପ୍ରତିଶତ ଛାତ୍ର ପାସ କରିଛନ୍ତି । ଛାତ୍ରଙ୍କ ତୁଳନାରେ ଶୂନ ଦଶମିକ ୩୫ ପ୍ରତିଶତ ଛାତ୍ରୀ ଆଗୁଆ ଅଛନ୍ତି । ଏପଟେ ଓଡ଼ିଶାରୁ ୪୩ହଜାର ୬୩୦ ଜଣ ପରୀକ୍ଷାର୍ଥି ପରୀକ୍ଷା ଦେଇଥିବା ବେଳେ ପାସ କରିଛନ୍ତି ୪୩ହଜାର ୨୮୮ ଜଣ । ଭୁବନେଶ୍ୱର ରିଜନରେ ୯୯ ଦଶମିକ ୬୨ପ୍ରତିଶତ ପିଲା ପାସ୍ କରିଛନ୍ତି ।

ଓଡିଶା ଆଦର୍ଶ ବିଦ୍ୟାଳୟ ସଂଗଠନ ପକ୍ଷରୁ ରେଜଲ୍ଟ ୯୮ ଦଶମିକ୍ ୧୨ ପ୍ରତିଶତ ପାଇଛି । ପରୀକ୍ଷା ଦେଇଥିବା ୯ ହଜାର ୫୫୮ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୯ ହଜାର ୩୭୮ ଛାତ୍ରଛାତ୍ରୀ ପାସ କରିଛନ୍ତି ।

Comments (0)
Add Comment