ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକରେ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ

ଭୁବନେଶ୍ୱର:ମଧ୍ୟପ୍ରାଚ୍ୟରେ ଯୁଦ୍ଧ ପରିସ୍ଥିତି ପାଇଁ ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ବାତିଲ କରିଛି। ବୋର୍ଡ କହିଛି ଯେ ଯୁଦ୍ଧ ଯୋଗୁଁ ପଶ୍ଚିମ ଏସିଆର ପରିସ୍ଥିତି ଖରାପ ହେବାରେ ଲାଗିଛି। ଏପରି ପରିସ୍ଥିତିରେ ପରୀକ୍ଷା ପରିଚାଳନା ଅସମ୍ଭବ। ତେଣୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ କରିବାର ନିଷ୍ପତ୍ତି ନିଆଯାଇଛି। ବୋର୍ଡ ବାହାରିନ, ଇରାନ, କୁୱେତ, ଓମାନ, କାତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସରେ ପରୀକ୍ଷା ବାତିଲ କରିଛି। ପରିସ୍ଥିତି ସମୀକ୍ଷା କରିବା ଏବଂ ଏହି ସମସ୍ତ ଦେଶର ସ୍କୁଲ ଏବଂ ଶିକ୍ଷା ଅଧିକାରୀଙ୍କଠାରୁ ପରାମର୍ଶ ଗ୍ରହଣ କରିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏପର୍ଯ୍ୟନ୍ତ ମାର୍ଚ୍ଚ ୧, ୩, ୫, ୭ ଏବଂ ୯ ପାଇଁ ନିର୍ଦ୍ଧାରିତ ପରୀକ୍ଷା ପାଞ୍ଚ ଥର ସ୍ଥଗିତ ରଖାଯାଇଛି। ତଥାପି ପରିସ୍ଥିତି ଆହୁରି କିଛି ଦିନ ଖରାପ ରହିବାର ସମ୍ଭାବନା ଥିବାରୁ, ସମସ୍ତ ପରୀକ୍ଷା ବାତିଲ କରାଯାଉଛି।