ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ ତଥା ପୂର୍ବତନ ସାଂସଦ ମହୁଆ ମୈତ୍ରଙ୍କ ଘରେ ସିବିଆଇ ଚଢାଉ ହୋଇଛି । କୋଲକତାରେ ଥିବା ତାଙ୍କ ବାସଭବନ ସମେତ ଅନ୍ୟାନ୍ୟ ସ୍ଥାନରେ ତଦନ୍ତକାରୀ ସଂସ୍ଥା ଚଢାଉ କରିଛି ।
ଲୋକପାଳଙ୍କ ନିର୍ଦ୍ଦେଶ ପରେ ଏହି ପଦକ୍ଷେପ ନେଇଛି ସିବିଆଇ । ଟଙ୍କା ପାଇଁ ପ୍ରଶ୍ନ ମାମଲାରେ ଗୁରୁବାର ମହୁଆଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ସିବିଆଇ ।
ଏହି ମାମଲାରେ ମହୁଆଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ କରିବା ସହ ୬ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବା ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକପାଳ ।