ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ସିବିଆଇ ରେଡ

ବିଶିଷ୍ଟ ଶିଳ୍ପପତି ମହିମା ମିଶ୍ରଙ୍କ ସିବିଆଇ ପକ୍ଷରୁଣ ରେଡ କରାଯାଇଛି । ଏକ ସହିତ ତାଙ୍କର କଟକ ଓ ପାରାଦୀପ ଘର ଏବଂ ବିଭିନ୍ନ ସ୍ଥାନରେ ସିବିଆଇ ଟିମ୍‌ ଚଢ଼ାଉ କରିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ପାରାଦୀପର ଓଏସଏଲ୍ ଅଫିସ, ପାରାଦ୍ୱୀପ ବନ୍ଦରର ଗେଷ୍ଟହାଉସ ଓ ଏକ ଅଫିସରେ ମଧ୍ୟ ସିବିଆଇ ଚଢ଼ାଉ କରିଛି । ଏହି ଚଢ଼ାଉ ବେଳେ ମହିମା ମିଶ୍ରଙ୍କ ପୁଅ ଚନ୍ଦନ ମିଶ୍ରଙ୍କୁ ସାଙ୍ଗରେ ନେଇଯାଇଛନ୍ତି ସିବିଆଇ ଟିମ୍ । ଏନେଇ ସିବିଆଇ ତରଫରୁ ଅଫିସିଆଲି କିଛି ଘୋଷଣା ହୋଇ ନ ଥିବା ବେଳେ ୨୫ ଲକ୍ଷର ଏକ ଲାଞ୍ଚ କାରବାର ଅଭିଯୋଗରେ ଏହି ଚଢାଉ ଚାଲିଥିବା ଜଣାଯାଇଛି।
ଆଜି ସକାଳେ ମହିମାଙ୍କ କଟକ ଓଡ଼ିଆ ବଜାରସ୍ଥିତ ଘର ଓ ଲିଙ୍କ ରୋଡ୍ ଅଫିସରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି । ଓଡ଼ିଆ ବଜାରସ୍ଥିତ ଘରେ ମହିମା ମିଶ୍ର ଓ ତାଙ୍କର ୨ ପୁଅ ରହୁଛନ୍ତି । ସେହିଭଳି ଲିଙ୍କରୋଡ ସ୍ଥିତ ଓଡିଶା ଷ୍ଟିଭେଡରସ ଲିମିଟେଡ, ଓସିଏଲରେ ଗୋଟିଏ ଟିମ ଛାନଭିନ କରିଛି । ଚଢାଉ ବେଳେ ସିବିଆଇ ଟିମ୍ ମହିମା ମିଶ୍ରଙ୍କ ପୁଅ ଓ ପରିବାରର ଅନ୍ୟ ସଦସ୍ୟଙ୍କୁ ପଚରାଉଚରା କରିଛି । ସେହିପରି ପାରାଦୀପର ୩ଟି ସ୍ଥାନରେ ବି ଚଢାଉ ହୋଇଛି ।

ପାରାଦୀପର ଏକ ଗେଷ୍ଟ ହାଉସ୍‌ରେ ପାରାଦୀପ ପୋର୍ଟର ଚିଫ୍ ମେକାନିକାଲ ଇଞ୍ଜିନିୟକ ସରୋଜ ଦାସଙ୍କୁ ପଚରାଉଚରା କରୁଛି ସିବିଆଇ ଟିମ୍‌। ତାଙ୍କ ସହ ଜଣେ ଠିକାଦାରଙ୍କୁ ମଧ୍ୟ ଜେରା କରୁଛି । ଉଭୟଙ୍କ ନିକଟରୁ ସିବିଆଇ ଅଧିକାରୀ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଥିବା ଜଣାଯାଇଛି। ଏହାର ତିନି ବର୍ଷ ପରେ ଅର୍ଥାତ୍ ୨୦୧୯ ଅକ୍ଟୋବର ମାସରେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଥିଲେ । ଏବେ ପୁଣି ଘର ଓ ଅଫିସରେ ସିବିଆଇ ରେଡ୍ ଅନେକ ଚର୍ଚ୍ଚାକୁ ଜନ୍ମ ଦେଇଛି ।

ଚଢ଼ାଉ ବେଳେ ସିବିଆଇ କାରବାର ସମୟର କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରିଥିବା ଜଣାପଡିଛି । ପାରାଦୀପର ଓଏସଏଲ୍ ଅଫିସ, ପାରାଦ୍ୱୀପ ବନ୍ଦରର ଗେଷ୍ଟହାଉସ ଓ ଏକ ଅଫିସରେ ସିବିଆଇର ଏକ ଟିମ୍ ଚଢ଼ାଉ କରିଛି । ବନ୍ଦରର ଜଣେ ଅଧିକାରୀ ଓ ଜଣେ କର୍ମଚାରୀଙ୍କୁ ସିବିଆଇ ଅଧିକାରୀମାନେ ଉଠାଇ ନେଇଛନ୍ତି । ଦୁଇଜଣଙ୍କ ବିରୋଧରେ ବନ୍ଦରର କୋଇଲା ପ୍ଲଟ ଆବଣ୍ଟନକୁ ନେଇ ଲାଞ୍ଚ କାରବାର କରିବାର ଅଭିଯୋଗ ଥିଲା ।

ଦୁହିଁଙ୍କୁ ଅଧିକ ଜେରା ପାଇଁ ସିବିଆଇ ଉଠାଇ ନେଇଥିବା ଜଣାପଡ଼ିଛି । ତେବେ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଓଏସଏଲର ପରିଚାଳନା ନିର୍ଦ୍ଦେଶକ ମହିମା ମିଶ୍ର କହିଛନ୍ତି ସିବିଆଇ କ’ଣ ପାଇଁ ତାଙ୍କ କାର୍ଯ୍ୟାଳୟ ଉପରେ ଚଢ଼ାଉ କରୁଛି ତାଙ୍କ ପାଖରେ ଖବର ନାହିଁ । ସେ କୌଣସି ବେଆଇନ କାମ କରିନାହାନ୍ତି । ଆଇନ ଉପରେ ତାଙ୍କର ଭରସା ଅଛି । କୁହାଯାଉଛି, ଦିଲ୍ଲୀରୁ ଆସିଥିବା ଟିମ କଟକ ଓ ପାରାଦୀପରେ ଏହି ରେଡ୍ କରିଛନ୍ତି ।