ଗୋଖାଦ୍ୟ ଦୁର୍ନୀତି: ଡୋରଣ୍ଡା ଟ୍ରେଜରି ମାମଲାରେ ଲାଲୁ ଙ୍କୁ ଜାମିନ

ଗୋଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ଙ୍କୁ ଜାମିନ I ସ୍ୱାସ୍ଥ୍ୟଗତ ସମସ୍ୟା ଆଧାରରେ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ତେବେ ଏଥିପାଇଁ ୧୦ ଲକ୍ଷ ଟଙ୍କା ଜରିମାନା ଓ ୧ ଲକ୍ଷର ବେଲ୍ ବଣ୍ଡ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିବା କହିଛନ୍ତି ଲାଲୁଙ୍କ ଓକିଲ ।
୫ମ ଗୋଖାଦ୍ୟ ଦୁର୍ନୀତି ସହ ସମ୍ପୃକ୍ତ ଥିବା ଡୋରଣ୍ଡା ଟ୍ରେଜରିରୁ ବେଆଇନ ଟଙ୍କା ଉଠାଣ ‌ମାମଲାରେ ଦୋଷୀ ସାବସ୍ତ ହେବା ପରେ ଗତ ଫେବ୍ରୁଆରି ମାସରେ ରାଞ୍ଚିରେ ଥିବା ‘ସିବିଆଇ’ର ସ୍ବତନ୍ତ୍ର ଅଦାଲତ ଲାଲୁ ପ୍ରସାଦ ଯାଦବଙ୍କୁ ଗିରଫ କରିଥିଲା। ତେବେ ଲାଲୁ ଙ୍କୁ ଜାମିନ ମିଳିବା ପରେ ଖୁବ ଶୀଘ୍ର ସେ ଜେଲ ରୁ ମୁକୁଳିବେ ବୋଲି କହିଛନ୍ତି ତାଙ୍କ ଓକିଲ ଇ
ଲାଲୁ ଯାଦବ ବିହାରର ମୁଖ୍ୟମନ୍ତ୍ରୀ ଥିବା ବେଳେ ବେଆଇନ ଭାବେ ଡୋରଣ୍ଡା ଟ୍ରେଜେରୀରୁ ୧୩୯.୫ କୋଟି ଟଙ୍କା ଉଠାଣ କରିଥିଲା। ଗୋ-ଖାଦ୍ୟ ଦୁର୍ନୀତିର ଏହା ଏକ ଅଂଶବିଶେଷ। ପୂର୍ବରୁ ଗୋ-ଖାଦ୍ୟ ଦୁର୍ନୀତି ସହ ଜଡ଼ିତ ଆଉ ୪ଟି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ ଜେଲଦଣ୍ଡ ଭୋଗିଛନ୍ତି। ନିକଟରେ ଅସୁସ୍ଥତା କାରଣରୁ ତାଙ୍କୁ ଜାମିନ ମିଳିଥିଲା। ଫେବୃଆରୀ ୧୫ରେ ଲାଲୁ ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କୁ ପାଟନାରୁ ରାଞ୍ଚ ଜେଲ ହସ୍ପିଟାଲକୁ ନିଆ ଯାଇଥିଲା। ସେ ଏବେ ସେହିଠାରେ ହିଁ ରହିଛନ୍ତି। ପୂର୍ବରୁ ଲାଲୁ ଦୋଷୀ ସାବ୍ୟସ୍ତ ହୋଇଥିବା ୪ଟି ଗୋଖାଦ୍ୟ ଦୁର୍ନୀତି ମାମଲାରେ ତାଙ୍କୁ କୋର୍ଟ ପ୍ରାୟ ୧୪ ବର୍ଷର ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଥିଲେ। ଏଥିସସ ତାଙ୍କ ଉପରେ ଏକ କୋଟି ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଥିଲା।