ପୋଲାଣ୍ଡର କରୋଲିନା ହେଲେ ମିସ୍ ୱାର୍ଲ୍ଡ :ମିସ୍ ୱାର୍ଲ୍ଡ ପ୍ରଥମ ରନର୍ସ ଅପ୍ ହେଲେ ଭାରତୀୟ ବଂଶୋଦ୍ଭବ ଶ୍ରୀ ସାଇନି

ପୋଲାଣ୍ଡର କାରୋଲିନା ବିଲାୱସ୍କା ପୁଏର୍ତୋ ରିକୋରେ ଆୟୋଜିତ ମିସ୍ ୱାର୍ଲ୍ଡର ମୁକୁଟ ଜିତିଛନ୍ତି । କରୋନା ମହାମାରୀ ପାଇଁ ବର୍ଷେ ପରେ ଅନୁଷ୍ଠିତ ହୋଇଛି ଏହି ପ୍ରତିଯୋଗିତା I ଏହି ପ୍ରତିଯୋଗିତାର ବିଜେତା କରୋଲିନା ବିଲାୱସ୍କା ହୋଇଥିବାବେଳେ ପ୍ରଥମ ରନର୍ ଅପ୍ ଆମେରିକାର ଶ୍ରୀ ସାଇନି ଏବଂ ଦ୍ୱିତୀୟ ରନରଅପ୍ ଅଲିଭିଆ ୟେସ୍ ହୋଇଥିଲେ। ସାଇନି ହେଉଛନ୍ତି ଭାରତୀୟ ବଂଶୋଦ୍ଭବ ଏବଂ ବର୍ତ୍ତମାନ ଆମେରିକୀୟ ନାଗରିକ।
ମିସୱାର୍ଲ୍ଡ ୨୦୨୧କୁ ପ୍ରତିଯୋଗିତାରେ ଶ୍ରୀ ସାଇନି ଆମେରିକାର ପ୍ରତିନଧିତ୍ୱ କରିଥିଲେ । ଇନଷ୍ଟାଗ୍ରାମର ବାୟୋ ଅନୁସାରେ ସେ ଜଣେ ମୋଟିଭେସନାଲ ସ୍ପିକର, ମିସୱାର୍ଲ୍ଡ ବିଡବ୍ଲୁଏପି ର ଆମ୍ବାସାଡର,ଜଣେ ପିସ ମେକର,ଫେସିଆଲ ବର୍ଣ୍ଣ ସରଭାଇବର । ତେବେ ସାଇନି ମିସୱାର୍ଲ୍ଡ ଇଭେଣ୍ଟ ପୂରର୍ବରୁ ନିଜ ଇନଷ୍ଟାରେ ତାଙ୍କ ଏକ ପିଲାଦିନର ଫୋଟ ସେୟାର କରିଥିଲେ ଯେଉଁଥିରେ ସେ ମୁଣ୍ଡରେ ଏକ କ୍ରାଉନ ପିନ୍ଧିଥିଲେ । ଯେତେେବେଳେ ମୁଁ ୬ ବର୍ଷର ହୋଇଥିଲି ନିଜକୁ ମିସ ୱର୍ଲ୍ଡ ପରି ସଜେଇ ଥିଲି କାରଣ ମୁଁ ଏହାକୁ ସୁପର ହିରୋ ବୋଲି ଭାବୁଥିଲି । ଶ୍ରୀ ସାଇନି ହେଉଛନ୍ତି ପ୍ରଥମ ଭାରତୀୟ-ଆମେରିକୀୟ ଯିଏ ଆମେରିକା ମିସ ୱାଲ୍ଡ ଆମେରିକା ହୋଇଥିଲେ । ସାଇନି ଲୁଧିଆନାର ଅଟନ୍ତି କିନ୍ତୁ ମାତ୍ର ୫ ବର୍ଷ ବୟସରେ ତାଙ୍କ ପରିବାର ୱାସିଟଂନ ଡିସିକୁ ସିଫ୍ଟ ହୋଇଯାଇଥିଲେ । ତାଙ୍କ ଜୀବନରେ ବି ଅନେକ ସଂଘର୍ଷ ଦେଇ ସେ ଗତି କରିଛନ୍ତି । ଇନଷ୍ଟାରେ ତାଙ୍କର ୧୭୩ ହଜାର ଫଲୋୟର ରହିଥିବା ବେଳେ ସେ ସୋସିଆଲ ମିଡିଆରେ ବେଶ ଆକ୍ଟିଭ ।

ଦୀର୍ଘ ୨୧ ବର୍ଷ ପରେ ଗତବର୍ଷ ଭାରତର ହାରନାଜ କୌର ସାନ୍ଧୁ ମିସ୍‌ ୟୁନିଭର୍ସ ଟାଇଟଲ ହାସଲ କରିବାରେ ସକ୍ଷମ ହୋଇଥିବା ବେଳେ ଏଥର କିନ୍ତୁ ମିସ୍‌ ୱାର୍ଲ୍ଡ ପ୍ରତିଯୋଗିତାରେ ଭାରତ ର ପ୍ରତିନିଧିତ୍ବ କରୁଥିବା ମାନସା ବାରଣାସୀ ନିରାଶ କରିଛନ୍ତି । ମାନସା ଟପ୍‌ ୬ରେ ସ୍ଥାନ ନେଇ ପାରି ନ ଥିଲେ। ମିସ୍‌ ଓ୍ବାଲର୍ଡ ୨୦୨୧ ଟାଇଟଲ ଜିତିଥିବା ପୋଲାଣ୍ଡର କରୋଲିନା ବର୍ତ୍ତମାନ ମ୍ୟାନେଜମେଣ୍ଟରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି । ଏହା ବ୍ୟତୀତ କରୋଲିନା ଟେନିସ୍ ,ବ୍ୟାଡମିଣ୍ଟନ୍ ଖେଳିବା ସହିତ ସୁଇମିଂ ଏବଂ ସ୍କୁବା ଡାଇଭିଂ କରିବାକୁ ମଧ୍ୟ ଭଲ ପାଆନ୍ତି।

ମିସ୍ ୱାଲର୍ଡ ଅର୍ଗାନାଇଜେସନ୍ ନିକଟରେ ତାଙ୍କ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, କରୋଲିନା ସାମାଜିକ କାର୍ଯ୍ୟ ପାଇଁ କାମ କରନ୍ତି । ତାଙ୍କ ପ୍ରକଳ୍ପର ନାମ ହେଉଛି ଜୁପା ନା ପିଟ୍ରିନି, ଯାହା ମାଧ୍ୟମରେ ସେ ଭୂମିହୀନ ଲୋକଙ୍କୁ ସାହାଯ୍ୟ କରନ୍ତି ଏବଂ ଲୋକଙ୍କୁ ଏହି ବିଷୟରେ ଅବଗତ ମଧ୍ୟ କରାନ୍ତି। ସେ ସମାଜରେ ବ୍ୟାପିଥିବା ମନ୍ଦ ବିରୁଦ୍ଧରେ ଲଢନ୍ତି । ତାଙ୍କ ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ପୋଲାଣ୍ଡର ଲୋଜ୍ ସହରର ଅଭାବୀ ଲୋକଙ୍କୁ ଖାଦ୍ୟ, ପୋଷାକ ଏବଂ ଅତ୍ୟାବଶ୍ୟକ ସେବା ଯୋଗାଇବା।