ରାଜଧାନୀରେ ଚାଞ୍ଚଲ୍ୟ: ଶିଶୁ କନ୍ୟା କୁ ହତ୍ୟା କରି ଆତ୍ମହତ୍ୟା କଲେ ବାପା,ମା’

ରାଜଧାନୀ ଭୁବନେଶ୍ୱର ରେ ଘଟିଛି ଏକ ଅଭାବନୀୟ ଘଟଣା I ୧୫ ମାସ ର ଶିଶୁ କନ୍ୟା କୁ ହତ୍ୟା କରି ଘର ଭିତରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ ବାପା,ମା’ I ଘଟଣା ଘଟିଛି ଭୁବନେଶ୍ୱରର ଲକ୍ଷ୍ମୀସାଗର ଥାନା ଚିନ୍ତାମଣିଶ୍ୱର ଅଂଚଳରେ I ମୃତକ ୩ ଜଣ ହେଲେ ତୁଷାର ରାଜେନ୍ଦ୍ର ଜଗତବ, ତାଙ୍କ ସ୍ତ୍ରୀ ନୀଲା ତୁଷାର ଜଗତବ ଓ ଝିଅ ସିବିନ୍ୟା । ସେମାନଙ୍କ ଘର ମହାରାଷ୍ଟ୍ରରେ ବୋଲି ସୂଚନା ମିଳିଛି। ସମ୍ପତି ବାଡ଼ି ଯୋଗୁ ପାରିବାରିକ କଳହର ଚରମ ପରିଣତି ସ୍ୱରୂପ ଏକାଥରେ ଗୋଟିଏ ପରିବାରର ୩ ମୁଣ୍ଡ ଗଡ଼ିଥିବା ଜଣାଯାଇଛି।
ଘଟଣା ଅନୁସାରେ, ମହାରାଷ୍ଟ୍ରର ବାସିନ୍ଦା ହେଉଛନ୍ତି ତୁଷାର ରାଜେନ୍ଦ୍ର ଜଗତପ। ସେ ଗତ ୬ ମାସ ହେବ ଅଶୋକ ନଗରର ଏକ ହୋଟେଲରେ ରହି କାମ କରୁଥିଲେ। ଏହାପରେ ଦୁଇ ମାସ ତଳୁ ତାଙ୍କ ପରିବାର କୁ ଗାଁ ରୁ ଆଣି ରଖିଥିଲେ ଇ ମାତ୍ର ପାରିବାରିକ କଳହ ଲାଗି ରହୁଥିବାରୁ ହୋଟେଲ ମାଲିକ ତାଙ୍କୁ ଆଣି ଚିନ୍ତାମଣିଶ୍ୱରରେ ଏକ ଭଡ଼ା ଘରେ ପ୍ରାୟ ୨ ଦିନ ତଳେ ରଖିଥିଲେ। ଗାଁ ରେ ଥିବା ତୁଷାରଙ୍କ ବାପା ଦୁଇଟି ବିବାହ କରିଥିଲେ ଇ ତୁଷାର ଙ୍କ ମାଙ୍କର ମୃତ୍ୟୁ ହୋଇସାରିଥିବାବେଳେ ତାଙ୍କ ବାପା ସାବତ ମା ଓ ଭାଇ ଙ୍କ ନାଁ ରେ ମହାରାଷ୍ଟ୍ରରେ ଥିବା ସବୁ ଜମିବାଡି କରାଇଦେଇ ଥିଲେ ଇ ଏହାକୁ ନେଇ ତୁଷାର ସବୁବେଳେ ମାନସିକ ଚାପି ରେ ରହିବା ସାଙ୍ଗକୁ ମଦ୍ୟପାନ ମଧ୍ୟ କରୁଥିଲେ Iତେଣୁ ଏଭଳି କୌଣସି ଘଟଣାକୁ ନେଇ ମାନସିକ ଭାରସାମ୍ୟ ହରାଇ ତୁଷାର ଏହି ଚରମ ନିଷ୍ପତ୍ତି ନେଇଥିବା ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ପୋଲିସ ମୃତଦେହ ଉଦ୍ଧାର କରି ଅଧିକ ତଦନ୍ତ ଜାରି ରଖିଛି।