ଭୁବନେଶ୍ୱର :୩୧-୦୭-(ପି.ଏନ.ଏ) କ୍ୟାପିଟାଲ ହସ୍ପିିଟାଲରେ ଭୁଲ ଇଞ୍ଜେକସନ୍ ଯୋଗୁଁ ରୋଗୀ ମୃତ୍ୟୁ ଅଭିଯୋଗ । ଏହି ଘଟଣାରେ ୪ ଜଣ ଡାକ୍ତରଙ୍କୁ ୱାର୍ଣ୍ଣିଂ ଜଣେ ଡାକ୍ତରଙ୍କୁ ବଦଳି କରାଯାଇଛି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ତରଫରୁ ଏହି ନିଷ୍ପତ୍ତି ନିଆଯାଇଛି । । ମେଡିସିନ ବିଭାଗ ଏଚଓଡିଙ୍କ ତତ୍ତ୍ୱାବଧାନରେ ରିପୋର୍ଟ ପ୍ରଦନା କରାଯାଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ମଧ୍ୟ ନିଆଯିବ ।
ସୂଚନା ଅନୁସାରେ, ଗତକାଲି ଧଉଳି କମାରଡିହର ଜଣେ ଅସୁସ୍ଥ ରୋଗୀଙ୍କର ମୃତ୍ୟୁ ହୋଇଥିଲା । ତେବେ ଡାକ୍ତରଙ୍କ ଦ୍ୱାରା ଭୁଲ ଇଞ୍ଜେକ୍ସନ ଦିଆଯାଇଥିବାରୁ ରୋଗୀଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ ପରିବାର ଲୋକେ । ଏ ନେଇ ପରିବାର ଲୋକଙ୍କ ତରଫରୁ କ୍ୟାପିଟାଲ ଥାନାରେ ଏତଲା ମଧ୍ୟ ଦାୟର କରାଯାଇଥିଲା । ଅଭିଯୋଗକୁ ଆଧାର କରି ହସ୍ପିଟାଲ କର୍ତ୍ତୃପକ୍ଷ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।ପରିବାର ଲୋକ ଭୁଲ ଇଞ୍ଜେକସନ ପାଇଁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଥିଲେ । ପରେ ଏନେଇ କ୍ୟାପିଟାଲ ଥାନାରେ ମଧ୍ୟ ଏତଲା ଦାୟର କରିଥିଲେ ପରିବାର ଲୋକେ ।