ଜୋର ଜବରଦସ୍ତ ବନ୍ଦ ପାଇଁ ବାଧ୍ୟ କରାଯାଇପାରିବ ନାହିଁ : ହାଇକୋର୍ଟ

ମମିତା ମେହେର ହତ୍ୟା ମାମଲାରେ ଆସନ୍ତାକାଲି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି I ତେବେ ଏ ପ୍ରସଙ୍ଗରେ ହାଇକୋର୍ଟ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ବନ୍ଦ କରିବା ବଦଳରେ ହରତାଳ କରିପାରିବେ। ହେଲେ ଜୋର ଜବରଦସ୍ତି କାହାରିକୁ ବନ୍ଦ ପାଇଁ ବାଧ୍ୟ କରିପାରିବେ ନାହିଁ ବୋଲି ହାଇକୋର୍ଟ ସିଧାସିଧା କହିଛନ୍ତି। ହାଇକୋର୍ଟ ଆହୁରି କହିଛନ୍ତି, କୌଣସି ଗାଡ଼ିମୋଟର ଅଟକାଇ ପାରିବେ ନାହିଁ। ଏପରିକି ରେଳ ରୋକ କିମ୍ବା ରାସ୍ତାରୋକ କରାଯାଇ ପାରିବ ନାହିଁ। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶାନାମା ଅନୁଯାୟୀ, ଅଖ ଓ ଚକ ବନ୍ଦ ଏକ ବେଆଇନ୍ କାମ ବୋଲି ହାଇକୋର୍ଟ କହିଛନ୍ତି। ସେହି ଅନୁସାରେ ପ୍ରିମକୋର୍ଟଙ୍କ ଦ୍ଵାରା ପ୍ରଣୀତ ଗାଇଡ୍ ଲାଇନ୍ କୁ କଡାକଡି ଭାବେ ପାଳନ କରିବାକୁ କୋର୍ଟ କହିଛନ୍ତି । ଏହା ସହ ବନ୍ଦ ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ ବୋଲି ହାଇକୋର୍ଟ କହିଛନ୍ତି ।

ହାଇକୋର୍ଟଙ୍କ ଶୁଣାଣି ସମୟରେ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବୀ ବିଶ୍ୱାଳ, କମିଶନରେଟ୍ ପୁଲିସ୍ ସୌମେନ୍ଦ୍ର ପ୍ରିୟଦର୍ଶୀ ଏବଂ ଡିଜିପି ପୁଲିସ୍ ମଧ୍ୟ ଉପସ୍ଥିତ ଥିଲେ। ସମସ୍ତେ ଭର୍ଚୁଆଲୀ ଉପସ୍ଥିତ ରହିଥିଲେ। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶାନାମା ରହିଛି, ଯେଉଁ ଆଧାରରେ କୌଣସି ପ୍ରକାରରେ ଜବରଦସ୍ତି ବନ୍ଦ କରାଯାଇପାରିବ ନାହିଁ।

Comments (0)
Add Comment