ଛାତିଥରା ଗୁଳିକାଣ୍ଡ, ବ୍ୟବସାୟୀ ଏସ୍‌.କେ. ହମିଦଙ୍କ ମୃତ୍ୟୁ

ଭୁବନେଶ୍ବର: ବାଲେଶ୍ୱରରେ ଦିନଦ୍ୱିପ୍ରହରରେ ଘଟିଥିବା ଛାତିଥରା ଗୁଳିକାଣ୍ଡ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ବ୍ୟବସାୟୀ ଏସ୍‌.କେ. ହମିଦଙ୍କୁ ଦୁର୍ବୃତ୍ତମାନେ ଅତର୍କିତ ଭାବେ ଗୁଳି କରି ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲକୁ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ହତ୍ୟା ପଛରେ ପୂର୍ବ ଶତ୍ରୁତା, ବ୍ୟବସାୟିକ ବିବାଦ କିମ୍ବା ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ସହଦେବଖୁଣ୍ଟା ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରାଯାଇଥିବାବେଳେ ସିସିଟିଭି ଫୁଟେଜ୍ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଆଧାର କରି ତଦନ୍ତ ଆଗକୁ ବଢ଼ୁଛି।ଘଟଣାର ଏତେ ସମୟ ବିତିଯାଇଥିଲେ ମଧ୍ୟ ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ପୁଲିସ ହାତରେ ଧରାପଡ଼ିନାହାନ୍ତି। ହତ୍ୟାକାଣ୍ଡର ପ୍ରକୃତ କାରଣ ଏବଂ ଏହା ପଛରେ କିଏ ରହିଛି, ସେନେଇ ପୁଲିସର ତଦନ୍ତ ଜାରି ରହିଛି।