ରାଜ୍ୟରେ ପୁଣି ବଢିଲା ବସ୍ ଭଡା

ବେ ଲଗାମ ତୈଳ ଦର ବୃଦ୍ଧି ଯୋଗୁଁ ରାଜ୍ୟ ରେ ହୁ ହୁ ହୋଇ ବସ୍ ଭଡା ବଢି ଚାଲିଛି ଇ ଫଳରେ ସାଧାରଣ ବସ୍‌ ଭଡ଼ା‌ କିଲୋମିଟର ପିଛା ୮୯ ପଇସା ଥିଲା ବେଳେ ଏବେ ତାହା ବୃଦ୍ଧି ପାଇ ୯୨ ପଇସା ହୋଇଛି । ସେହିପରି ଏକ୍ସପ୍ରେସ୍‌ ବସ୍‌ ଭଡ଼ା ୯୩ ରୁ ୯୬ ପଇସା, ଡିଲକ୍ସ ବସ୍‌ ଭଡ଼ା ୧ ଟଙ୍କା ୨୯ ପଇସାରୁ ୧ ଟଙ୍କା ୩୫ ପଇସା, ଏସି ଡିଲକ୍ସ ଭଡ଼ା ୧ ଟଙ୍କା ୫୭ ପଇସାରୁ ୧ ଟଙ୍କା ୬୩ ପଇସା ହୋଇଛି । ସେହିପରି ସୁପର ପ୍ରିମଅମ୍ ଭଡା ୨ଟଙ୍କା ୪୪ ପଇସା ଥିବାବେଳେ ଏବେ ବୃଦ୍ଧି ପାଇ ୨ଟଙ୍କା ୫୩ପଇସା ନିର୍ଦ୍ଧାରିତ ହୋଇଛି ।ରାଜ୍ୟ ପରିବହନ କମିସନରଙ୍କ ସୂଚନା ମୁତାବକ, ରାଜ୍ୟରେ ୧୩ଟି ପାରାମିଟର୍‌ ନେଇ ବସ୍‌ ଭଡ଼ା ନିର୍ଦ୍ଧାରଣ ହୁଏ । ଡିଜେଲ୍‌ ଦର ହ୍ରାସ ଓ ବୃଦ୍ଧି ଅନୁଯାୟୀ ବସ୍‌ ଭଡ଼ା ନିର୍ଦ୍ଧାରଣ ବର୍ଷ ତମାମ ଆପେ ଆପେ ହୁଏ । ତେବେ ବର୍ଷକରେ ଥରେ ଅନ୍ୟ ୧୨ଟି ପାରାମିଟର୍‌କୁ ନେଇ ବସ୍‌ ଭଡ଼ା ନିର୍ଦ୍ଧାରଣ କରାଯାଏ । ଗତ ବର୍ଷ ମାର୍ଚ୍ଚ ଓ ଚଳିତ ବର୍ଷ ମାର୍ଚ୍ଚ ଓ ଜୁନ ମାସରେ ବିଭିନ୍ନ ପାରାମିଟର୍‌କୁ ବିଚାରକୁ ନେଇ ବସ୍‌ ଭଡ଼ା ବୃଦ୍ଧି କରିବାକୁ ଉଚ୍ଚ କ୍ଷମତାର ସମ୍ପନ୍ନ କମିଟି ସୁପାରିସ୍‌ କରିଥିଲା । କରୋନା କାଳରେ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବାବେଳେ ଅତ୍ୟାବଶ୍ୟକ ବଜାର ସାମଗ୍ରୀ ର ଅହେତୁକ ମୂଲ୍ୟ ବୃଦ୍ଧି ସାଙ୍ଗକୁ ବର୍ଷକ ଭିତରେ ୨ ଥର ବସ୍ ଭଡାରେ ବୃଦ୍ଧି ଲୋକଙ୍କ ପାଇଁ ବେଡି ଉପରେ କୋରଡା ମାଡ଼ ସଦୃଶ ହୋଇଛି I

Comments (0)
Add Comment