ଜାନୁଆରୀ ୩୧ ରୁ ଆରମ୍ଭ ହେବାକୁ ଯାଉଛି ବଜେଟ୍ ଅଧିବେଶନ : ସଂସଦର ୮୦୦ ରୁ ଅଧିକ କର୍ମଚାରୀ କରୋନା ସଂକ୍ରମିତ

ଆସନ୍ତା ଜାନୁଆରୀ ୩୧ ରୁ ସଂସଦରେ ବର୍ଷର ପ୍ରଥମ ବଜେଟ ଅଧିବେଶନ ଆରମ୍ବ ହେବାକୁ ଯାଉଛି I ଏହି ବଜେଟ ଅଧିବେଶନ ଆରମ୍ଭରୁ ସଂସଦ ର ୮୭୫ ଜଣ କର୍ମଚାରୀ କୋଭିଡ ସଂକ୍ରମିତ ହୋଇଥିବା ଜଣାପଡିଛି I
ସୂତ୍ରରୁ ପ୍ରକାଶ ଯେ ଦେଶରେ ବର୍ତ୍ତମାନ କରୋନା ମହାମାରୀର ତୃତୀୟ ଲହର ଆରମ୍ଭ ହୋଇଛି I ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ ୩୧ ରେ ସଂସଦର ପ୍ରଥମ ଭାଗ ବଜେଟ ଅଧିବେଶନ ଆରମ୍ଭ ହୋଇ ଏହା ଫେବୃଆରୀ ୧୧ ରେ ଶେଷ ହେବାକୁ ଯାଉଛି I ତେବେ ୨୦ ଜାନୁୟାରୀ ସୁଦ୍ଧା ସଂସଦରେ ୮୭୫ ଜଣ କର୍ମଚାରୀ କୋଭିଡ ସଂକ୍ରମିତ ହେବI ଚିନ୍ତା ର କାରଣ ପାଲଟିଛି ଇ
ସୂତ୍ରରୁ ପ୍ରକାଶ ଯେ କରୋନା ର ତୃତୀୟ ଲହର ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ସଂସଦ ର ୨ ,୮୪୭ ଜଣଙ୍କର ରିପୋର୍ଟ ଯାଞ୍ଚ କରାଯାଇଛି ଏବଂ ଏଥିରୁ ୮୭୫ ଜଣଙ୍କ ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ଜଣ ପଡିଛି I ସେହିପରି କେନ୍ଦ୍ର ସଚିବାଳୟ ରୁ ୯୧୫ ଟି ପରୀକ୍ଷା କରାଯାଇଥିଲା ଏବଂ ସେଥିରୁ ୨୭୧ ଟି ନମୁନାର ପରୀକ୍ଷା ରିପୋର୍ଟ ପଜିଟିଭ ଆସିଥିବା ଜଣI ପଡିଛି।
ସୂଚନାନୁସାରେ, କୋଭିଡ ସମ୍ବନ୍ଧୀୟ ପ୍ରୋଟୋକଲ ପରେ ଅଧିବେଶନ ଅନୁଷ୍ଠିତ ହେବ। କୋଭିଡ ସଂକ୍ରମଣ ମାମଲାରେ ବୃଦ୍ଧି ଘଟୁଥିବା ଦୃଷ୍ଟିରୁ ଲୋକସଭା ଓ ରାଜ୍ୟସଭାର ପ୍ରକ୍ରିୟା ଏକାଠି ହେବ ନା ଅଲଗା ସିଫ୍ଟରେ ହେବ ସେନେଇ ନିଷ୍ପତ୍ତି ନିଆଯାଇ ନାହିଁ।

Comments (0)
Add Comment