ବଜେଟ ୨୦୨୩: ସମସ୍ତଙ୍କୁ ମିଳିବ ପିଏମ ଆବାସ ଯୋଜନା

କେନ୍ଦ୍ର ବଜେଟକୁ ଆଜି ସଂସଦରେ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତରମଣ । ମୋଦି ସରକାରଙ୍କ ୨ୟ ପାଳିର ଶେଷ ବଜେଟରେ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ । ଏହି ବଜେଟ ଆଗାମୀ ବର୍ଷର ବ୍ଲୁ ପ୍ରିଣ୍ଟ ହେବ ବୋଲି କହିଛନ୍ତି ନିର୍ମଳା । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୩-୨୪ ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରୁଛନ୍ତି ।

ନିର୍ମଳା ଆଜି ତାଙ୍କ ବଜେଟରେ ଆଗାମୀ ଦିନରେ ପ୍ରତି ଲୋକଙ୍କର ନିଜର ଘର ହେବ ବୋଲି ଆଶ୍ୱାସନା ଦେଇଛନ୍ତି ଅର୍ଥମନ୍ତ୍ରୀ । ଏଥିପାଇଁ ଅର୍ଥରାଶି ମଧ୍ୟ ଘୋଷଣା କରିଛନ୍ତି । ପ୍ରକୃତ ହିତାଧିକାରୀଙ୍କୁ ଏହି ଘର ମିଳିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ପିଏମ ଆବାସ ଯୋଜନା ଅଧିନରେ ପ୍ରତି ପରିବାରକୁ ବାସଗୃହ ଯୋଗାଇ ଦିଆଯିବ । ସମତଳ ଭୂମି ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା, ପାହାଡିଆ ଅଞ୍ଚଳରେ ଘର ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅର୍ଥ ରାଶିକୁ ପୂର୍ବାପେକ୍ଷା ୬୬ ପ୍ରତିଶତ ବଢାଇ ଦିଆଯାଇଛି ।ଏହି ଯୋଜନାରେ ୭୯,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଅଟକଳ କରାଯାଇଛି ।

ସେହିଭଳି ଆଗାମୀ ୩ ବର୍ଷ ମଧ୍ୟରେ ୪୭ ଲକ୍ଷ ଯୁବଙ୍କୁ ନ୍ୟାସନାଲ ଆପ୍ରେଣ୍ଟିସ୍ ସ୍କିମ୍‌ର ଲାଭ ମିଳିବ। ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀଙ୍କୁ ସ୍କିଲ୍ ସୁଧାରିବାକୁ ଅବସର ମିଳିବ। ଏଥିପାଇଁ ମିଶନ କର୍ମଯୋଗୀ ଯୋଜନାର ଘୋଷଣା କରାଯାଇଛି। ମତ୍ସ୍ୟପାଳନ କ୍ଷେତ୍ରରେ ରୋଜଗାର ଅଭିବୃଦ୍ଧି ପାଇଁ କେନ୍ଦ୍ର ସରକାର ୬୦ ହଜାର କୋଟି ଖୋର୍ଚ୍ଚ କରିବେ।