ବଜେଟ୍ ୨୦୨୨ : ଡାକଘରେ ଜମା ଟଙ୍କା ସଂଚୟ କୁ ନେଇ ସରକାରଙ୍କ ବଡ ଘୋଷଣା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କେନ୍ଦ୍ରରେ ବଜେଟ୍ ଉପସ୍ଥାପନ କରିଛନ୍ତି।ଆଜି ଅର୍ଥମନ୍ତ୍ରୀ ସାଧାରଣ ଲୋକଙ୍କ ପାଇଁ ଅନେକ ବଡ଼ ଘୋଷଣା କରିଥିଲେ। ଡାକଘର ଜମା ଟଙ୍କା ସଂଚୟ ଉପରେ ଅର୍ଥମନ୍ତ୍ରୀ ବଜେଟରେ କହିଛନ୍ତି ଯେ ଦେଶରେ ୧ .୫ ଲକ୍ଷରୁ ଅଧିକ ଡାକଘରକୁ ୧୦୦ ପ୍ରତିଶତ ମୂଳ ବ୍ୟାଙ୍କିଙ୍ଗ ସିଷ୍ଟମ (କୋର ବ୍ୟାଙ୍କିଙ୍ଗ) ସହିତ ସଂଯୁକ୍ତ ହେବ। । ଏହାଫଳରେ ଗ୍ରାହକମାନେ ପୋଷ୍ଟ ଅଫିସରୁ ବ୍ୟାଙ୍କକୁ ସହଜରେ ଟଙ୍କା ପଠାଇ ପାରିବେ । ଏଥିସହ ନେଟ ବ୍ୟାଙ୍କିଂ, ମୋବାଇଲ ବ୍ୟାଙ୍କିଂ, ଏଟିଏମ ଆଦି ସେବା ମଧ୍ୟ ଉପଲବ୍ଧ ହେବ । ଡାକଘର ସେବାରେ ଏହି ବଡ଼ ବହୁତ ପରିବର୍ତ୍ତନ ଦ୍ୱାରା ଦେଶ ର ଲକ୍ଷ ଲକ୍ଷ ଗ୍ରାହକ ଉପକୃତ ହେବେ I

Comments (0)
Add Comment