ବଜେଟ୍ ୨୦୨୨-୨୩: ଆରବିଆଇ ପକ୍ଷରୁ ପ୍ରଚଳନ କରାଯିବ ‘ଡିଜିଟାଲ ରୁପି’

ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୨-୨୩ ବର୍ଷର ବଜେଟ୍ ଉପସ୍ଥାପନ କରିଛନ୍ତି । ଡିଜିଟାଲ କରେନ୍ସି ପ୍ରଚଳନକୁ ନେଇ ଚଳିତ ବଜେଟ ଉପସ୍ଥାପନ ବେଳେ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ତାଙ୍କ ଘୋଷଣା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷ ଅର୍ଥାତ ୨୦୨୨-୨୩ରେ ଆରବିଆଇ ପକ୍ଷରୁ ଦେଶରେ ଡିଜିଟାଲ କରେନ୍ସିର ଆରମ୍ଭ କରାଯିବ।ବିଟକଏନ ଭଳି ଭର୍ଚୁଆଲ କରେନି୍ସ ଉପରେ ପ୍ରତିବନ୍ଧକ ଲାଗୁ ହେବ କି ବୈଧ କରାଯିବ ସେନେଇ କୌଣସି ବିଚାର କରାଯାଇନାହିଁ । ମାତ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଡିଜିଟାଲ କରେନ୍ସି ଲଞ୍ଚ କରିବ ବୋଲି ଅର୍ଥମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ଏହି ଡିଜିଟାଲ କରେନ୍ସିର ନାମ ରହିବ ‘ଡିଜିଟାଲ ରୁପି’ । ଏହାଦ୍ୱାରା ଅର୍ଥ ବ୍ୟବସ୍ଥା ମଜବୁତ ହେବ ବୋଲି ଅର୍ଥମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି । ଏହାସହ ଡିଜିଟାଲ ଓ ଭର୍ଚୁଆଲ ସମ୍ପତ୍ତି ଉପରେ ୩୦ ପ୍ରତିଶତ କର ଲାଗିବ ବୋଲି ସେ କହିଛନ୍ତି । ଏହାସହ ଭର୍ଚୁଆଲ କିମ୍ବା ଡିଜିଟାଲ ସମ୍ପତ୍ତି କାରବାର ଉପରେ ୧ ପ୍ରତିଶତ ଦରରେ ଟିଡିଏସ ଲାଗିବ ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି ।ତେବେ ବଜେଟ ପୂର୍ବରୁ ଆଗତ ହୋଇଥିବା ଅର୍ଥନୈତିକ ସର୍ଭେରେ କ୍ରିପ୍ଟୋକରେନ୍ସି ଉପରେ କିଛି କୁହାଯାଇ ନଥିଲା । । ଦେଶରେ ଗତ ଏକ ବର୍ଷ ଧରି କ୍ରିପ୍ଟୋ କାରବାର ଅହେତୁକ ଭାବେ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି I

Comments (0)
Add Comment