ମାର୍ଚ୍ଚ ୨୪ ରେ ପଡୁଛି ବୁଦ୍ଧIଦିତ୍ୟ ଯୋଗ, ଏହି ୫ ଟି ରାଶିର ବ୍ୟକ୍ତିମାନେ ହେବେ ମାଲାମାଲ୍

ବୃଷ:ମୀନ ରାଶିରେ ବୁଦ୍ଧIଦିତ୍ୟ ଯୋଗ ହେତୁ ଏହା ର ପ୍ରଭାବ ରେ ବୃଷ ରାଶିର ବ୍ୟକ୍ତିମାନଙ୍କ ପାଇଁ ରୋଜଗାରର ସାଧନ ବଢିବ I ଏପ୍ରିଲ ମାସରେ ଅନ୍ୟ ଉତ୍ସରୁ ଖୁବ ଧନ ଲାଭ ହୋଇପାରେ । କ୍ୟାରିଅରରେ ଲାଭବାନ୍ ହେବା ସହ ରୋଜଗାର ବଢ଼ିପାରେ । ଅଚାନକ୍ ବଡ଼ ଲାଭ ଓ ସଫଳତା ହାସଲ ହୋଇପାରେ । ଆପଣ କେଉଁ ସ୍ଥାନକୁ ଭ୍ରମଣ ରେ ବି ଯାଇପାରନ୍ତି ।

ମିଥୁନ:ମୀନ ରାଶିରେ ବୁଦ୍ଧIଦିତ୍ୟ ଯୋଗ ହେତୁ ମିଥୁନ ରାଶିର ବ୍ୟକ୍ତି ଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । କ୍ୟାରିଅରରେ ସମସ୍ୟା ଦୂର ହୋଇ ସଫଳତା ମିଳିବ । ନୂଆ ଚାକିରିର ଅଫର ଆସିପାରେ । ପ୍ରମୋସନ ଓ ଇନକ୍ରିମେଣ୍ଟ ମିଳିବାର ଯୋଗ ରହିଛି । ବ୍ୟବସାୟୀମାନଙ୍କୁ ଭଲ ଲାଭ ମିଳିପାରେ ।

କର୍କଟ : ମୀନ ରାଶିରେ ବୁଦ୍ଧIଦିତ୍ୟ ଯୋଗ ହେତୁ କର୍କଟ ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟୋଦୟ ହେବ I ପ୍ରବଳ ଧନ ଲାଭର ଯୋଗ ରହିଛି । ଏହା ସହ ଅନେକ ଖୁସି ବି ମିଳିପାରେ । ପାରିବାରିକ ଜୀବନ ସୁଖମୟ ରହିବ । ଏହି ରାଶି ବ୍ୟକ୍ତି ଙ୍କ ଜୀବନରେ ବଡ଼ କରିବର୍ତ୍ତନ ଆସିବ, ଯାହାକି ପଦ-ପଦବୀ ଆର୍ଥିକ ପ୍ରତିଷ୍ଠାକୁ ବୃଦ୍ଧି କରିବ । ଚାକିରିଆ ମାନେ ନିଜ କର୍ମକ୍ଷେତ୍ର ପରିବର୍ତ୍ତନ କରିପାରନ୍ତି ।

କନ୍ୟା :ଏହି ରାଶିର ବ୍ୟକ୍ତିମାନଙ୍କ ପାଇଁ ବୁଦ୍ଧାଦିତ୍ୟ ଯୋଗ ବହୁତ ଫଳପ୍ରଦ ହେବ I ଦାମ୍ପତ୍ୟ ଜୀବନ ସୁଖମୟ ହେବ Iସହଭାଗୀତା ବ୍ୟବସାୟରୁ ପ୍ରବଳ ଆର୍ଥିକ ଲାଭ ମିଳିବ I ଚାକିରିରେ ପଦୋନ୍ନତି ପାଇଁ ରାସ୍ତା ଫିଟିବ I ଜୀବନ ରେ ଜ୍ଞାନୀ ଲୋକଙ୍କୁ ଭେଟିବେ I

କୁମ୍ଭ: ମୀନ ରାଶିରେ ବୁଦ୍ଧାଦିତ୍ୟ ଯୋଗ ପ୍ରଭାବରେ କୁମ୍ଭ ରାଶିର ବ୍ୟକ୍ତି ମାନେ ଖୁବ ଲାଭ ବାନ ହେବାକୁ ଯାଉଛନ୍ତି I ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଅଧିକ ସୁଦୃଢ ହେବ। ଋଣ ଦିଆଯାଇଥିବା ଟଙ୍କା ଫେରସ୍ତ ହୋଇପାରିବ ଏହା ବାଦ ଚାକିରୀ କ୍ଷେତ୍ରରେ ଅଟକିଯାଇଥିବା ଅର୍ଥ ମିଳିବ । ଆୟ ମଧ୍ୟ ବଢ଼ିପାରେ । ଖାସକରି ବ୍ୟବସାୟୀମାନେ ଲାଭବାନ୍ ହେବେ । ସମସ୍ତ କାର୍ଯ୍ୟରେ ସଫଳତା ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ I ସମ୍ପର୍କୀୟ ଏବଂ ସହକର୍ମୀମାନେ ଉପକୃତ ହେବେ I