ବିଏସଏଫ ଯବାନଙ୍କୁ ଭାରତ ଫେରାଇଲା ପାକିସ୍ତାନ, ୱାଘା-ଅଟାରୀ ସୀମା ଦେଇ ଫେରିଲେ ଜନ୍ମଭୂମି

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ବହୁତ ଉତ୍ତେଜନା ଚାଲିଛି। ଇତିମଧ୍ୟରେ, ବିଏସଏଫ ଯବାନ ପିକେ ସାହୁ ସ୍ଵଦେଶ ଫେରି ଆସିଛନ୍ତି। ପାକିସ୍ତାନ ତାଙ୍କୁ ଭାରତ ଫେରାଇ ଦେଇଛି। ପିକେ ସାହୁ ୨୩ ଏପ୍ରିଲରେ ଭୁଲବଶତଃ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲେ। ଏହା ପରେ ତାଙ୍କୁ ପାକିସ୍ତାନୀ ସେନା ଗିରଫ କରିଥିଲା। ୨୧ ଦିନ ପରେ ପିକେ ସାହୁଙ୍କୁ ମୁକ୍ତ କରାଯାଇଛି। ପିକେ ସାହୁଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ସୀମା ସୁରକ୍ଷା ବାହିନୀ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରିଛି। ବିଏସଏଫ କହିଛି, ଆଜି ବିଏସଏଫ କନଷ୍ଟେବଳ ପୂର୍ଣ୍ଣମ କୁମାର ସାହୁ ଅଟାରୀ-ୱାଘା ସୀମାରୁ ଭାରତ ଫେରିଛନ୍ତି।

BSF jawan sent back to India by Pakistan