ବିଆର୍‌ଏସ୍ ମିଶିବେ ଅରବିନ୍ଦ- ବିଜୟ !

ବିଆର୍‌ଏସ୍ ମିଶିବେ କି ବାପ-ପୁଅ? ! ରାଜ୍ୟ ସରକାରଙ୍କୁ ଘେରିଲେ ଅରବିନ୍ଦ । ବିଜେଡିରେ ମିଶିବା ଆଲୋଚନାରେ ବିରାମ । ସରଗରମ ହେଉଛି କେନ୍ଦ୍ରାପଡା ରାଜନୀତି । ଚର୍ଚ୍ଚାରେ ଅରବିନ୍ଦ ମହାପାତ୍ର । ୨୪ ପାଇଁ ଅଣ୍ଟା ଭିଡିଲେଣି ସମସ୍ତ ଦଳ । ଏହାରି ଭିତରେ ବଦଳୁଛି ରାଜନୈତିକ ସମ୍ମୀକରଣ । କିଛି ଦିନ ପୂର୍ବରୁ ଖୁବ୍ ଚର୍ଚ୍ଚାରେ ଥିଲେ ବାପ-ପୁଅ । କିଏ କେଉଁ ଦଳକୁ ଜମ୍ପ କରିବେ ତାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ବିଜୟ ବିଜେପିରେ କଣଠେସା ହେବା ନେଇ ଆଲୋଚନା ଚାଲିଥିବା ବେଳେ ହୁଏତ ତାଙ୍କ ପୁଅ ଅରବିନ୍ଦ ବିଜେଡିରେ ନଜର ଆସିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ସେହି ଚର୍ଚ୍ଚାରେ ବିରାମ ଲଗାଇଛନ୍ତି ଅରବିନ୍ଦ । ସେ ବିଜେଡିରେ ନମିଶିବା ନେଇ ତାଙ୍କ କାର୍ଯ୍ୟ କଳାପରୁ ଆକଳନ କରାଯାଉଛି ।

ତେବେ ତାଙ୍କର ବିଜେଡି ଉପରକୁ ଆକ୍ରମଣାତ୍ମକ ହୋଇ ଉଠିବା ଏହି ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି । କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ମଣ୍ଡଳୀ ର ଗରଦପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ହେରଫେର କୁ ନେଇ ବିଜେଡିକୁ ଘେରିଛନ୍ତି ଅରବିନ୍ଦ । ପାଟକୁରା ସ୍ୱାଭିମାନ ମଞ୍ଚ ତରଫରୁ ପ୍ରତିବାଦ ସଭା କରାଯାଇଛି,ବିଜୟ ମହାପାତ୍ର ଙ୍କ ସୁପୁତ୍ର ଅରବିନ୍ଦ ମହାପାତ୍ର ଙ୍କ ନେତୃତ୍ୱ ରେ ଗତକାଲି ପ୍ରତିବାଦ ସଭାରେ ଶହ ଶହ ସଂଖ୍ୟାରେ ପୁରୁଷ ଓ ମହିଳାମାନେ ସାମିଲ ହୋଇଥିଲେ,ା ଏହି ପ୍ରତିବାଦ ସଭା କୋରୁଆ ହରିପୁର ଠାରୁ ବାଇକ ରାଲି ହୋଇଥିଲା । ବିଭିନ୍ନ ପ୍ରକାରର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଅରବିନ୍ଦ । ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓରାସନ କାର୍ଡକୁ ନେଇ ଅରବିନ୍ଦ ପ୍ରତିବାଦ କରୁଥିବା ବେଳେ ଏଥିରେ ଦଳୀୟ ପତକା ବା ଦଳୀ ଚିହ୍ନ ଦେଖିବାକୁ ମିଳିନଥିଲା । ଏଭଳି ପ୍ରତିବାଦ ପରେ କଣ ବାତ୍ତା ଦେବାକୁ ଚାହୁଁଛନ୍ତି ଅରବବିନ୍ଦ ।

ବିଜେପି ଓ ବିଜେଡି ବିରୋଧରେ ଅରବିନ୍ଦଙ୍କ ଏଭଳି କାର୍ଯ୍ୟ କଳାପ କଣ ତାଙ୍କ ବିଆର୍‌ଏସ୍‌ରେ ମିଶିବା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଉଛି କି ? ପୂର୍ବରୁ ବିଆର୍‌ଏସ୍‌ର ନେତାଙ୍କୁ ଭେଟିବାକୁ ନେଇ ଖୁବ ଚର୍ଚ୍ଚାରେ ଥିଲେ ବିଜୟ ତେବେ ବର୍ତ୍ତମାନ ସୁଧ୍ୟା ଅରବିନ୍ଦ କେଉଁ ଦଳ ମିଶିବେ ତାହା ସ୍ପଷ୍ଟ ହୋପାରିନଥିବା ବେଳେ । ବିଆର୍‌ଏସ୍‌ରେ ମିଶିବା ହାୱା ବହିବାରେ ଲାଗିଛି । ତେବେ ଆଗାମୀ ଦିନରେ ଅରବିନ୍ଦ କେଉଁ ଦଳରେ ନଜିର ଆସୁଛନ୍ତି । ତାହା ଉପରେ ଏବେ ସମସ୍ତଙ୍କ ନଜର ।