ପୁଣି ରାଜଧାନୀରୁ ଜବତ ହେଲା ବ୍ରାଉନସୁଗାର, ଜଣେ ଗିରଫ

ରାଜଧାନୀ ଭୁବନେଶ୍ୱରରୁ ପୁଣି ଜବତ ହେଲା ବ୍ରାଉନସୁଗାର । ୩୪ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ଜଣେ ବ୍ୟବସାୟୀ କୁ ଗିରଫ କରିଛି ଭୁବନେଶ୍ୱର ଅବକାରୀ ବିଭାଗ । ଜବତ ହୋଇଥିବା ବ୍ରାଉନସୁଗାରର ଅନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଧ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ବ୍ୟବସାୟୀ ଜଣକ ହେଲେ କପିଳେଶ୍ୱରର ଛବି ଭୋଇ Iଦୀର୍ଘ ଦିନରୁ ଅବକାରୀ ବିଭାଗ ଛବି ଭୋଇ ଉପରେ ନଜର ରଖିଥିଲା I ଆଜି ଛବି ଖୋର୍ଦ୍ଧାରୁ ବ୍ରାଉନସୁଗାର ଆଣି ଭୁବନେଶ୍ୱରରେ ବିକ୍ରି କରୁଥିବା ସମୟରେ ଅବକାରୀ ବିଭାଗ ଗିରଫ କରିଛି । ତେବେ ଏହି ଘଟଣାର ଆଉ କାହାର ସମ୍ପୃକ୍ତି ରହିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।