ଜଳେଶ୍ୱର ରୁ ଜବତ ହେଲା ବ୍ରାଉନ ସୁଗାର

ଗୁଇନ୍ଦା ସୂଚନା ଆଧାରରେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ମାର୍କେଟରେ ଏସ୍‌ଟିଏଫ୍‌ ପକ୍ଷରୁ ଚଢ଼ାଉ କରାଯାଇଥିଲା ୨ କେଜିରୁ ଅଧିକ ବ୍ରାଉନ୍ ସୁଗର ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି ଏସ୍‌ଟିଏଫ୍‌। ଅଭିଯୁକ୍ତମାନଙ୍କ ଠାରୁ ପ୍ରାୟ ୨ କେଜି ୪୦୨ ଗ୍ରାମ୍ ବ୍ରାଉନ୍ ସୁଗର ଜବତ କରାଯାଇଥିଲା। ଜବତ ବ୍ରାଉନ୍ ସୁଗରର ଦାମ୍ ପ୍ରାୟ ଅଢ଼େଇ କୋଟି ଟଙ୍କା ହେବ ବୋଲି କୁହାଯାଉଛି।

ଗିରଫ ଅଭିଯୁକ୍ତମାନେ ହେଲେ ଜଳେଶ୍ୱର ଥାନା ଅଞ୍ଚଳର ମମତାଜ ଖାନ୍, ଜଗତସିଂହପୁର ଜିଲ୍ଲା ଅରଣା ଅଞ୍ଚଳର ଉଦୟନାଥ ରଥ ଓ କଟକ ଜିଲ୍ଲା ବୟାଳିଶ ମୌଜା ଅଞ୍ଚଳର ପ୍ରଦୀପ କୁମାର ଦାସ। ଏସ୍‌ଟିଏଫ୍‌ ପକ୍ଷରୁ ଏହି ଘଟଣାରେ ତଦନ୍ତ ଜାରି ରହିଛି।
ସ୍ୱତନ୍ତ୍ର ଅଭିଯାନ କ୍ରମେ ୨୦୨୦ରୁ ଏଯାବତ୍ ଏସ୍‌ଟିଏଫ୍‌ ୩୮ କେଜି ବ୍ରାଉନ୍ ସୁଗର/ହେରୋଇନ୍ ଓ ୮୪ କ୍ୱିଣ୍ଟାଲ ୨୮ କେଜି ଗଞ୍ଜେଇ ଜବତ କରିଛି। ଏହା ସହିତ ଏହି ସବୁ ମାମଲରେ ୧୦୦ରୁ ଅଧିକ ମାଫିଆଙ୍କୁ ଗିରଫ କରିଛି।

Comments (0)
Add Comment