ପାହାଳ ନିକଟରୁ ଜବତ ହେଲା ୧ କୋଟି ୨୦ ଲକ୍ଷ ଟଙ୍କାର ବ୍ରାଉନ୍ ସୁଗାର, ବ୍ୟବସାୟୀ ଗିରଫ

ଭୁବନେଶ୍ୱର ଉପକଣ୍ଠ ପାହାଳ ନିକଟରୁ ୧ କୋଟି ୨୦ ଲକ୍ଷ ଟଙ୍କା ବ୍ରାଉନ ସୁଗIର ଜବତ କରାଯାଇଛି। ଏହା ସହିତ ବ୍ରାଉନ ସୁଗାର ବେପାରୀ ଜଟଣୀ ଅଂଚଳ ର ଶିବ ପ୍ରସାଦ ଦାସ ଙ୍କୁ ଗିରଫ କରିଛି ସ୍ପେଶାଲ୍ ଟାକ୍ସ ଫୋର୍ସ (ଏସ୍ଟିଏଫ୍) I
ଏସ୍ଟିଏଫ୍ ଯାଞ୍ଚ ବେଳେ ତା’ ନିକଟରୁ ୧,୨୨୭ ଗ୍ରାମ ବ୍ରାଉନ୍ ସୁଗର ମିଳିଥିଲା। ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି Iଏହା ସହିତ ତା’ ବାଇକ୍ ଓ ମୋବାଇଲ ଫୋନ୍ ଜବତ କରାଯାଇଛି।
ଶିବ ଗତ ଜାନୁଆରୀ ୨୪ ତାରିଖରୁ ଫେରାର ଥିଲା। ଏହା ପୂର୍ବରୁ ତା’ ନିକଟରୁ ୩,୧୦୦ ଗ୍ରାମ୍ ବ୍ରାଉନ ସୁIଗର, ୬୫ ଲକ୍ଷରୁ ଅଧିକ ଟଙ୍କା, ୩ଟି ବନ୍ଧୁକ, ୭ଟି ମାଗାଜିନ୍ ଜବତ ହୋଇଥିଲା। ତା’ ନାଁରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬ଟି ଅପରାଧିକ ମାମଲା ରହିଥିବା ନେଇ ଏସ୍ଟିଏଫ୍ଡି ଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି ।