ନୂଆ ବର୍ଷ ଆରମ୍ଭ ପୂର୍ବରୁ ଏହି ୫ ଟି ଜିନିଷକୁ ଘରକୁ ଆଣନ୍ତୁ ,ମା ଲକ୍ଷ୍ମୀଙ୍କ କୃପା ଲାଭ କରିବେ

ନୂଆ ବର୍ଷ ୨୦୨୨ କୁ ନେଇ ସମସ୍ତେ ଉତ୍ସାହିତ ଅଛନ୍ତି ଇ କହିବାକୁ ଗଲେ ନୂଆ ବର୍ଷର କାଉଣ୍ଟ ଡାଉନ ଆରମ୍ଭ ହେଇ ଗଲାଣି ଇ ସମସ୍ତେ ନୂଆ ବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି I ଆଗାମୀ ନୂଆ ବର୍ଷ କୁ ନେଇ ଲୋକମାନେ ବହୁତ ଆଶା ରଖିଛନ୍ତି I ଏଭଳି ପରିସ୍ଥିତିରେ, ନୂଆବର୍ଷ ପାଇଁ ବାସ୍ତୁ ଶାସ୍ତ୍ରରେ କିଛି ସହଜ ସରଳ ଉପାୟ ଦିଅ ଯାଇଛି I ଯାହା ଦ୍ୱାରା ଆପଣ ମା ‘ଲକ୍ଷ୍ମୀ ଙ୍କ ଅଶେଷ କୃପା ପାଇପାରିବେ I ଆସନ୍ତୁ ଜାଣିବା କେଉଁ କେଉଁ ଜିନିଷ ଆଣିବେ :
ମୟୂର ପଙ୍ଖ
ମୟୂର ପଙ୍ଖ ଭଗବାନ ଶ୍ରୀକୃଷ୍ଣଙ୍କ ର ଅତି ପ୍ରିୟ ହୋଇଥାଏ I କୁହାଯାଏ ଯେଉଁ ଘରେ ମୟୂର ପଙ୍ଖ ରଖାଯାଏ , ସେଠାରେ ମା’ ଲକ୍ଷ୍ମୀ ଙ୍କ ସହିତ ରଧାରାଣୀ ମଧ୍ୟ ସର୍ବଦା ପ୍ରସନ୍ନ ରୁହନ୍ତି I ଏଣୁ ଯଦି ଆପଣ ମଧ୍ୟ ନୂଆ ବର୍ଷକୁ ଖୁସିରେ ଭରିବାକୁ ଚାହାଁନ୍ତି , ନିଶ୍ଚିତ ଭାବରେ ମୟୂର ପଙ୍ଖ ଘରକୁ ଆଣନ୍ତୁ ଏବଂ ଏହାକୁ ମୁଖ୍ୟ ଦୁଆର ତଥା ଅନ୍ୟ ଦୁଆର ଉପରେ ରଖନ୍ତୁ I

ଧାତୁ ର କଇଁଛ
ଏକ ନିର୍ଦ୍ଦିଷ୍ଟ ଧାତୁରେ ନିର୍ମିତ କଇଁଛ ବାସ୍ତୁ ଦୃଷ୍ଟିକୋଣରୁ ଅତ୍ୟନ୍ତ ଶୁଭ ହୋଇଥାଏ I ବାସ୍ତୁ ଅନୁଯାୟୀ ରୂପା, ପିତ୍ତଳ କିମ୍ବା ତମ୍ବା ରେ ନିର୍ମିତ କଇଁଛ ଘର ର ପୂଜା ସ୍ଥଳ ରେ ରଖିଲେ ଏହା ଶୁଭ ହୋଇଥାଏ I ଉତ୍ତର ଦିଗରେ ଏକ ପାତ୍ର ରେ ପାଣି ରଖି ତା ଭିତରେ ଏହି ଧାତୁ ନିର୍ମିତ କଇଁଛ କୁ ରଖନ୍ତୁ I ଏହା ଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ I ଏହା ସହିତ ପରିବାରରେ ସୁଖ ଏବଂ ସମୃଦ୍ଧି ଆସେ I

ଗୋମତୀ ଚକ୍ର
ଜ୍ୟୋତିଷ ଶାସ୍ତ୍ରରେ ଅନୁସାରେ ଗୋମତି ଚକ୍ର କୁ ଅତି ଚମତ୍କାର ବୋଲି ବିବେଚନା କରାଯାଏ I ପ୍ରକୃତରେ ଏହା ଗୋମତି ନଦୀରୁ ମିଳୁଥିବାରୁ ଏହାର ନାମ ଗୋମତି ଚକ୍ର ହେଇଛି I ଗୋମତୀ ଚକ୍ର କୁ ଘରେ ରଖିଲେ ଶତ୍ରୁମାନେ ପରାସ୍ତ ହୋଇଥାନ୍ତି I ତା’ସହିତ ମତ ଲକ୍ଷ୍ମୀ ଙ୍କ କୃପା ମିଳିଥାଏ I ଏହାବାଦ ଗୋମତୀ ଚକ୍ର କୁ ଘରର ସିନ୍ଦୁର ବାକ୍ସରେ ରଖିବା ଶୁଭ ହେଇଥାଏ I ଏହା ବ୍ୟତୀତ ଆପଣ ଯଦି ୧୧ ଟି ଗୋମତୀ ଚକ୍ର କୁ ଆଣି ହଳଦିଆ କପଡ଼ାରେ ଗୁଡ଼ାଇ ଘର ରଆଲମାରୀ ଭିତରେ ବା ଟଙ୍କା ବାକ୍ସ ରେ ରଖିଲେ ଅତ୍ୟନ୍ତ ଶୁଭ ଫଳ ଦେଇଥାଏ ବଦ ଖର୍ଚ୍ଚ କୁ ରୋକିଥାଏ I
ତୁଳସୀ ଗଛ
ତୁଳସୀ ଗଛ ଭଗବାନ ବିଷ୍ଣୁ ଙ୍କ ସହିତ ଜଡିତ ଆଉ ଭଗବାନ ବିଷ୍ଣୁ ଙ୍କ ସହିତ ମାତା ଲକ୍ଷ୍ମୀ ଙ୍କ ସହ ଜଡିତ ଇ ଯେଉଁଠି ଭଗବାନ ବିଷ୍ଣୁ ରହିବେ ,ମାତା ଲକ୍ଷ୍ମୀ ଙ୍କ ନିବାସ ମଧ୍ୟ ସେହିଠାରେ ହେବ I ତେଣୁ ବିଶ୍ୱାସ ରହିଛି ଯେ ଘରେ ଯେତେ ଅଧିକ ତୁଳସୀ ଗଛ ରହିବା ଦ୍ୱାରା ଘର ପ୍ରତି କୌଣସି ସଙ୍କଟ ଆସି ନ ଥାଏ Iଏହା ସହିତ ଘରର ଲୋକଙ୍କ ଆର୍ଥିକ ଅବସ୍ଥାରେ ମଧ୍ୟ ଉନ୍ନତି ଆସିଥାଏ ଇ ତେଣୁ ନୂଆବର୍ଷରେ ଘରକୁ ତୁଳସୀ ଗଛ ଆଣି ଲଗାନ୍ତୁ I

ରୂପା ହାତୀ
ବାସ୍ତୁ ଶାସ୍ତ୍ରରେ ରୂପା ହାତୀ ଘରେ ରଖିବା ଶୁଭ ବୋଲି ଧରାଯାଏ I ଏହାର ସକାରାତ୍ମକ ପ୍ରଭାବ ଅଛି I ଏହା ବ୍ୟତୀତ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଯଦି ରାହୁ-କେତୁଙ୍କର ଖରାପ ପ୍ରଭାବ ଘରେ ପଡୁଥିଲେ ,ଏଥିରୁ ମୁକ୍ତି ମିଳିଥାଏ I ଏହା ସହିତ ବ୍ୟବସାୟ ଏବଂ ଚାକିରିରେ ମଧ୍ୟ ଅଗ୍ରଗତି ହୁଏ I ଏହାକୁ ଘରେ ରଖିବା ଦ୍ୱାରା ସୁଖ ଏବଂ ଶାନ୍ତି ବଢି଼ଥାଏ I

Comments (0)
Add Comment