ସର୍ଭେ ଆଳରେ ଭୋଟରଙ୍କ ବିବରଣୀ ମାଗିବା ରାଜନୈତିକ ଦଳଙ୍କ ଲାଞ୍ଚ ଆଚରଣ ସଦୃଶ: ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ରାଜନୈତିକ ଦଳ ଓ ପ୍ରାର୍ଥୀମାନେ ସେମାନଙ୍କ ପ୍ରସ୍ତାବିତ ହିତାଧିକାରୀ ଯୋଜନା ପାଇଁ ବିଭିନ୍ନ ସର୍ଭେ ଆଳରେ ଭୋଟରଙ୍କ ବିବରଣୀ ମାଗିବା ଘଟଣାକୁ ନିର୍ବାଚନ ଆୟୋଗ ଗମ୍ଭୀରତାର ସହ ନେଇଛନ୍ତି। ଏପରି କାର୍ଯ୍ୟ ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୨୩ (୧) ଅନୁଯାୟୀ ଲାଞ୍ଚ ନେବା ସହ ଜଡ଼ିତ ଦୁର୍ନୀତି ଆଚରଣ ବୋଲି ନିର୍ବାଚନ ଆୟୋଗ କହିଛନ୍ତି। ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଉଲ୍ଲେଖ କରାଯାଇଛି ଯେ, “କେତେକ ରାଜନୈତିକ ଦଳ ଏବଂ ପ୍ରାର୍ଥୀ ମାନେ ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଭିତ୍ତିକ ଯୋଜନା ପାଇଁ ବ୍ୟକ୍ତିବିଶେଷଙ୍କୁ ପଞ୍ଜୀକୃତ କରିବା ପାଇଁ ବୈଧ ସର୍ବେକ୍ଷଣ ଏବଂ ଦଳଗତ ପ୍ରୟାସ ମଧ୍ୟରେ ଥିବା ସୀମାକୁ ଲଂଘନ କରୁଥିବା ଭଳି କାର୍ଯ୍ୟକଳାପରେ ନିୟୋଜିତ ହେଉଛନ୍ତି।’’ ଚଳିତ ସାଧାରଣ ନିର୍ବାଚନ ୨୦୨୪ରେ ବିଭିନ୍ନ ଉଦାହରଣ ଦେଖି ଆୟୋଗ ଆଜି ଏକ ମାର୍ଗଦର୍ଶିକା ଜାରି କରିଛନ୍ତି (ଲିଙ୍କ: https://www.eci.gov.in/eci-backend/public/api/download?url=LMAhAK6sOPBp%2FNFF0iRfXbEB1EVSLT41NNLRjYNJJP1KivrUxbfqkDatmHy12e%2FztfbUTpXSxLP8g7dpVrk7%2FRgJnWIFoi%2FHESbtsL%2FSFvsIWBm5CVW8P%2FiquKm95vYSdOFtn933icz0MOeiesxvsQ%3D%3D)।
ଏହି ମାର୍ଗଦର୍ଶିକାରେ ସମସ୍ତ ଜାତୀୟ ଓ ରାଜ୍ୟ ରାଜନୈତିକ ଦଳମାନଙ୍କୁ ଯେକୌଣସି ବିଜ୍ଞାପନ/ ସର୍ଭେ/ଆପ୍ ଜରିଆରେ ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଭିତ୍ତିକ ଯୋଜନା ପାଇଁ ପଞ୍ଜୀକରଣ କରିବା ଭଳି କୌଣସି କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବାକୁ ଏବଂ ଏଥିରୁ ଦୂରେଇ ରହିବାକୁ କୁହାଯାଇଛି। ନିର୍ବାଚନ ପରବର୍ତ୍ତୀ ଫାଇଦା ପାଇଁ ପଞ୍ଜୀକରଣ କରିବା ପାଇଁ ବ୍ୟକ୍ତିଗତ ଭାବେ ଭୋଟରଙ୍କୁ ଆମନ୍ତ୍ରଣ/ଆହ୍ୱାନ ଦେବା କାର୍ଯ୍ୟ ମତଦାତା ଓ ପ୍ରସ୍ତାବିତ ଲାଭ ମଧ୍ୟରେ ଆପୋସ କାରବାର ସମ୍ପର୍କ ଆବଶ୍ୟକତା ବିଷୟରେ ଏକ ଧାରଣା ସୃଷ୍ଟି କରିପାରେ। ଏହା ଏକ ନିର୍ଦ୍ଦିଷ୍ଟ ଉପାୟରେ ମତଦାନ ପାଇଁ ଏକ ନିର୍ଦ୍ଦିଷ୍ଟ ବ୍ୟବସ୍ଥା ସୃଷ୍ଟି କରିବାର ସମ୍ଭାବନା ରହିଛି ଯାହାଦ୍ୱାରା ପ୍ରଲୋଭନ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆୟୋଗ କହିଛନ୍ତି। ସାମାନ୍ୟ ଏବଂ ସାଧାରଣ ନିର୍ବାଚନୀ ପ୍ରତିଶ୍ରୁତି ଅନୁମତି ପ୍ରଦାନ କରାଯିବା ପରିସରରେ ଆସୁଛି ବୋଲି ଆୟୋଗ ସ୍ୱୀକାର କରିଛନ୍ତି। ନିମ୍ନ ସାରଣୀରେ ଉଲ୍ଲେଖ କରାଯାଇଥିବା ଏଭଳି କାର୍ଯ୍ୟକଳାପ ଗୁଡ଼ିକ ବୈଧ ସର୍ବେକ୍ଷଣ କାର୍ଯ୍ୟକଳାପ କିମ୍ବା ସମ୍ଭାବ୍ୟ ବ୍ୟକ୍ତିଗତ ଲାଭ ସମ୍ବନ୍ଧୀୟ ସରକାରୀ କାର୍ଯ୍ୟକ୍ରମ ଅଥବା ଦଳୀୟ ଏଜେଣ୍ଡା ବିଷୟରେ ସୂଚନା ଦେବାର ପ୍ରୟାସ ବୋଲି ପରିଚୟ ଦେଇ ପ୍ରାମାଣିକ ସର୍ବେକ୍ଷଣ ଏବଂ ରାଜନୈତିକ ଫାଇଦା ପାଇଁ ଲୋକଙ୍କୁ ପଞ୍ଜୀକରଣ କରାଯାଉଥିବା ଆୟୋଗ ଉଲ୍ଲେଖ କରିଛନ୍ତି। ଏହା ଏକ ପକ୍ଷପାତିତା ପୂର୍ଣ୍ଣ ପ୍ରୟାସ ବୋଲି ଆୟୋଗ କରିଛନ୍ତି। ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୨୭ ଏ, ଜନପ୍ରତିନିଧି ଆଇନ, ୧୯୫୧ର ଧାରା ୧୨୩(୧) ଏବଂ ଧାରା ୧୭୧(ବି) ଆଇପିସି ଭଳି ବୈଧାନିକ ବ୍ୟବସ୍ଥା ମଧ୍ୟରେ ଏଭଳି କୌଣସି ବିଜ୍ଞାପନ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟୋଗ ସମସ୍ତ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Bridge Bhushan woncountry's girl lost: Son attacked after getting ticket
Comments (0)
Add Comment