ନୂଆଦିଲ୍ଲୀ: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ ହେବ ବ୍ରିକ୍ସ ଶିଖର ସମ୍ମିଳନୀ ୧ ସେପ୍ଟେମ୍ବର ୧୨ ଆଉ ୧୩ ରେ ଅନୁଷ୍ଠିତ ହେବାକୁ ଥିବା ବ୍ରିକ୍ସ ଶିଖର ସମ୍ମିଳନୀ ରେ ଯୋଗଦେବେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପ୍ରସିଦ୍ଧ ମୌର୍ଯ୍ୟ ହୋଟେଲରେ ରହିବେ ପୁଟିନ। ସେହିପରି ତାଜ ପ୍ୟାଲେସରେ ରହିବେ ଜିନପିଙ୍ଗ।ଶେଷ ଥର ଲାଗି ୨୦୧୯ରେ ଭାରତ ଗସ୍ତରେ ଆସିଥିଲେ ଜିନପିଙ୍ଗ।ଏହି ସମ୍ମିଳନୀରେ ସାମିଲ ହେବେ ବ୍ରାଜିଲ, ରୁଷିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା,ଇଣ୍ଡୋନେସିଆ, ଇଜିପ୍ଟ, ଇରାନ, ଇଥିଓପିଆ, ସାଉଦିଆରବ ଆଦି ରାଷ୍ଟ୍ରର ପ୍ରତିନିଧି I ବ୍ରିକ୍ସ ସମ୍ମିଳନୀରେ ବହୁପାକ୍ଷିକ ସହଯୋଗ, ଶକ୍ତି ଓ ଖାଦ୍ୟ ନିରାପତ୍ତା, ସ୍ବାସ୍ଥ୍ୟ, ବିପର୍ଯ୍ୟୟ ପରିଚାଳନା, ସପ୍ଲାଏ ଚେନ ଆଦି ପ୍ରସଙ୍ଗରେ ଆଲୋଚନା ହେବ I ଦିଲ୍ଲୀ ପୁଲିସ ଏବଂ ଟ୍ରାଫିକ ପୁଲିସ ଶିଖର ସମ୍ମିଳନୀ ପାଇଁ ବ୍ୟାପକ ସୁରକ୍ଷା ଏବଂ ଟ୍ରାଫିକ ପରିଚାଳନା ବ୍ୟବସ୍ଥା କରିଛନ୍ତି । ସମଗ୍ର କାର୍ଯ୍ୟକ୍ରମରେ ସୁରକ୍ଷା ବଜାୟ ରଖିବା ପାଇଁ ୭,୦୦୦ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି ଏବଂ ସୁଗମ ଟ୍ରାଫିକ ପ୍ରବାହ ସୁନିଶ୍ଚିତ କରିବା ପାଇଁ ୪,୮୦୦ ଟ୍ରାଫିକ ପୁଲିସଙ୍କୁ ନିୟୋଜିତ କରାଯାଇଛି ।