ବିବାହ ପାଇଁ ଜିଦ୍‌ କରିବାରୁ ପ୍ରେମିକାକୁ ହତ୍ୟା: ଚଳନ୍ତା ଗାଡ଼ିରୁ ଫିଙ୍ଗି ଦେଇଥିଲା ପ୍ରେମିକ, ଅଭିଯୁକ୍ତ ଗିରଫ

ଭୁବନେଶ୍ବର: ବିବାହ ପ୍ରସ୍ତାବ ଦେବାରୁ ପ୍ରେମିକାକୁ ଯୋଜନାବଦ୍ଧ ଭାବେ ହତ୍ୟା। ସଙ୍ଗିନ ମାମଲାର ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟାକାଣ୍ଡକୁ ସଡ଼କ ଦୁର୍ଘଟଣାର ରୂପ ଦେବାକୁ ଚେଷ୍ଟା କରୁଥିବା ପାଷାଣ୍ଡ ପ୍ରେମିକକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ନିମ୍ବଖଣ୍ଡି ଅଞ୍ଚଳର ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୭ ତାରିଖରେ ଅଭିଯୁକ୍ତ ପ୍ରେମିକ ଜଣକ ନିଜ ପ୍ରେମିକାକୁ ଗୋପାଳପୁର ବୁଲାଇବାକୁ ନେଇଥିଲା। ବାଟରେ ବିବାହ ପ୍ରସଙ୍ଗକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ପ୍ରେମିକ ଜଣକ ଯୋଜନାବଦ୍ଧ ଭାବେ ପ୍ରେମିକାକୁ ଚଳନ୍ତା ଗାଡ଼ିରୁ ତଳକୁ ଠେଲି ଦେଇଥିଲା। ଗୁରୁତର ଅବସ୍ଥାରେ ଘଟଣାସ୍ଥଳରେ ହିଁ ପ୍ରେମିକାଙ୍କର ମୃତ୍ୟୁ ଘଟିଥିଲା। ଘଟଣାକୁ ଏକ ସାଧାରଣ ସଡ଼କ ଦୁର୍ଘଟଣା ବୋଲି ପ୍ରମାଣିତ କରିବାକୁ ଅଭିଯୁକ୍ତ ସମସ୍ତ ଚେଷ୍ଟା କରିଥିଲା। ମାତ୍ର ପୋଲିସ ମାମଲାକୁ ସନ୍ଦେହଜନକ ମନେକରି ତଦନ୍ତ ପ୍ରକ୍ରିୟା ଜୋରଦାର କରିଥିଲା। ବୈଜ୍ଞାନିକ ପଦ୍ଧତି ଓ ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରିବା ପରେ ଏହା ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି। ପୋଲିସ ଅଭିଯୁକ୍ତକୁ ଜେରା କରିବା ପରେ ସେ ନିଜର ଅପରାଧ ସ୍ୱୀକାର କରିଛି।

Boyfriend killed his girlfriend for insisting on marriage: Boyfriend threw her out of a moving vehicle