୨୦୦୭ରେ ଜନ୍ମିତ ଶିଶୁ ନେଇପାରିବେ ଟିକା : କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

୨୦୦୫, ୨୦୦୬ ଓ ୨୦୦୭ରେ ଜନ୍ମ ନେଇଥିବା ପିଲା ଟିକା ନେଇପାରିବେ । ଅର୍ଥାତ ୨୦୨୩ ସୁଦ୍ଧା ଯାହାକୁ ୧୫ ବର୍ଷ ହୋଇଥିବ ସେମାନେ ଟିକା ନେଇପାରିବେ । କରୋନା ବିରୋଧରେ ଜାରି ରହିଥିବା ଲଢ଼େଇ ଭିତରେ କେନ୍ଦ୍ର ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। । ଏନେଇ ବିଭିନ୍ନ ରାଜ୍ୟମାନଙ୍କୁ ଜାତୀୟ ସ୍ୱାସ୍ଥ୍ୟ ମିଶନ (NHM) ନିର୍ଦ୍ଦେଶକ ବିକାଶ ସିଲ୍ ଚିଠି ଲେଖି ସ୍ପଷ୍ଟ କରିଛନ୍ତି।

ଏଥିରେ ସ୍ପଷ୍ଟ ଭାବେ ଦର୍ଶାଇଛନ୍ତି ଯେ, ୨୦୦୭ରେ ଯେଉଁ ପିଲା ଜନ୍ମ ହୋଇଥିବେ, ସେହି ପିଲାମାନେ କରୋନା ଟିକା ନେଇପାରିବେ। ୨୦୨୩ ଜାନୁୟାରୀ ୧ ସୁଦ୍ଧା ଯେଉଁମାନେ ୧୫ ବର୍ଷ ବୟସର ହୋଇଥିବେ , ସେହି ସମସ୍ତେ ଟୀକାନେଇପାରିବେ ବୋଲି ଚିଠିରେ ଦର୍ଶାଇଛନ୍ତି NHM ମିଶନ ନିର୍ଦ୍ଦେଶକ। ପବିତ୍ର ଖ୍ରୀଷ୍ଟମାସ ଓ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଦିନରେ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୩ ତାରିଖରୁ ଦେଶରେ ୧୫ରୁ ୧୮ ବର୍ଷ ବୟସ୍କଙ୍କ ଟିକାକରଣ ଆରମ୍ଭ ହେବା ନେଇ ଘୋଷଣା କରିଥିଲେ। ମୋଦିଙ୍କ ଘୋଷଣା ପରେ ଜାନୁଆରୀ ୩ରୁ ଦେଶରେ ୧୫ରୁ ୧୮ ବର୍ଷ ବର୍ଗରେ ଥିବା ପିଲାମାନଙ୍କ ଟିକାକରଣ କରାଯାଉଛି। ସେହିପରି ଜାନୁଆରୀ ୧୦ରୁ ୬୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧି ରୋଗରେ ପୀଡ଼ିତ ଲୋକଙ୍କୁ ବୁଷ୍ଟର ଡୋଜ୍‌ ଦେବା ଆରମ୍ଭ କରାଯାଇଛି।

Comments (0)
Add Comment