ଫ୍ରାନ୍ସ ରେ ବୟସ୍କଙ୍କ ପାଇଁ ବୁଷ୍ଟର ଡୋଜ୍‌ ଟିକା ବାଧ୍ୟତାମୂଳକ

ପ୍ୟାରିସ ରେ ଏବେ କରୋନା ମହାମାରୀ ର ୫ମ ଲହର ଦେଖାଦେଇଛି ଇ ଏହି ୫ ଲହର ଅଧିକ ମାରାତ୍ମକ ହେବବୋଲି ଆକଳନ କରିଯାଇଛି ଇ ତେଣୁ ବର୍ତ୍ତମାନ ଏହା ବିରୋଧରେ ବୟସ୍କମାନଙ୍କ ପାଇଁ ବୁଷ୍ଟର ଡୋଜ୍‌କୁ ବାଧ୍ୟତାମୂଳକ କରିଛି ଫ୍ରାନ୍ସ। ଦେଶରେ ରହୁଥିବା ୬୫ ବର୍ଷରୁ ଅଧିକ ବୟସ୍କମାନଙ୍କୁ କରୋନା ବିରୋଧୀ ଟିକାର ବୁଷ୍ଟର ଡୋଜ୍‌ ନେବାକୁ ପଡ଼ିବ। ଏ ସମ୍ପର୍କରେ ରାଷ୍ଟ୍ରପତି ଇମାନ୍ୟୁଏଲ ମାର୍କନ ଘୋଷଣା କରିଛନ୍ତି।
ସେ କହିଛନ୍ତି, ରେଷ୍ଟୁରାଣ୍ଟ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଇଣ୍ଟରସିଟି ଟ୍ରେନକୁ ଯିବା ପୂର୍ବରୁ ୬୫ ବର୍ଷରୁ ଅଧିକ ବୟସ୍କଙ୍କୁ ଏଣିକି ବୁଷ୍ଟର ଡୋଜ୍‌ର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଯେଉଁମାନେ ବୁଷ୍ଟର ଡୋଜ୍‌ର ନ ନେବେ, ସେମାନଙ୍କୁ ଏହି ସୁବିଧାରୁ ବଞ୍ଚିତ ହେବାକୁ ପଡ଼ିବ। ଡିସେମ୍ବର ୧୫ରୁ ଆପଣମାନଙ୍କୁ(୬୫ ବର୍ଷରୁ ଅଧିକ ବୟସ୍କ) ନିଜର ସ୍ୱାସ୍ଥ୍ୟଗତ ପାସ୍‌କୁ ବୈଧ ରଖିବା ପାଇଁ ବୁଷ୍ଟର ଡୋଜ୍‌ର ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ। ଫ୍ରାନ୍ସରେ ବର୍ତ୍ତମାନ କରୋନା ସଂକ୍ରମଣ ପୁଣି ବଢ଼ୁଥିବାରୁ ସେ ଏପରି ଘୋଷଣା କରିଛନ୍ତି। ଏଥିସହ ଲୋକଙ୍କୁ ସତର୍କ ରହିବାକୁ କହିଛନ୍ତି।
ହେଲେ ବୁଷ୍ଟର ଡୋଜ୍‌ ବାଧ୍ୟତାମୂଳକ କରିବା ନୂଆ ବିବାଦକୁ ଜନ୍ମ ଦେଇଛି। ମାର୍କନ କହିଛନ୍ତି, “ଆମେ ବର୍ତ୍ତମାନ ମଧ୍ୟ ମହାମାରୀ କବଳରୁ ମୁକ୍ତ ହୋଇନୁ। ଜର୍ମାନୀ ଓ ବ୍ରିଟେନ ତୁଳନାରେ ଫ୍ରାନ୍ସର ସ୍ଥିତି ଭଲ ରହିଛି। ହେଲେ ଗତ ସପ୍ତାହକ ମଧ୍ୟରେ ସଂକ୍ରମଣ ପ୍ରାୟ ୪୦% ବୃଦ୍ଧି ପାଇଛି।
ତେଣୁ ଆମକୁ ପୁଣିଥରେ ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଗବେଷଣାରୁ ଜଣାପଡ଼ିଛି ଯେ ୬ ମାସ ପରେ ଟିକା ଦ୍ୱାରା ସୃଷ୍ଟି ହେଉଥିବା ରୋଗ ପ୍ରତିରୋଧ ଶକ୍ତି ହ୍ରାସ ପାଉଛି। ଏହାଦ୍ୱାରା ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି। ତେଣୁ ହ୍ରାସ ପାଉଥିବା ରୋଗ ପ୍ରତିରୋଧକ ଶକ୍ତିକୁ ପୁଣି ବଢ଼ାଇବା ବୁଷ୍ଟର ଡୋଜର ଆବଶ୍ୟକତା ରହିଛି।”

Comments (0)
Add Comment