ଖରା ଛୁଟି ପୂର୍ବରୁ ସ୍କୁଲ ପିଲାଙ୍କ ପାଖରେ ପହଞ୍ଚିବ ବହି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର : ଚଳିତ ବର୍ଷ ଖରା ଛୁଟି ପୂର୍ବରୁ ହିଁ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଖରେ ପାଠ୍ୟପୁସ୍ତକ ପହଞ୍ଚିବ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି । ମନ୍ତ୍ରୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ପ୍ରାୟ ୯୦ ପ୍ରତିଶତ ବହି ଛପା କାର୍ଯ୍ୟ ଶେଷ ହୋଇସାରିଛି ଏବଂ ଏହା ପିଲାମାନଙ୍କ ନିକଟରେ ପହଞ୍ଚାଯାଉଛି । ବାକି ରହିଥିବା ୧୦ ପ୍ରତିଶତ ପାଠ୍ୟପୁସ୍ତକ ମଧ୍ୟ ଖରା ଛୁଟି ଆରମ୍ଭ ହେବା ପୂର୍ବରୁ ପିଲାଙ୍କ ପାଖରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଉଛି । ତେବେ ପ୍ରିଣ୍ଟିଂ (ଛାପା) ଜନିତ ସମସ୍ୟା କାରଣରୁ ଏଥର ବହି ଛପା କାର୍ଯ୍ୟରେ କିଛିଟା ବିଳମ୍ବ ହୋଇଥିବା କଥାକୁ ମନ୍ତ୍ରୀ ସ୍ୱୀକାର କରିଛନ୍ତି ।