ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ୍‌ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀ

ମହାପ୍ରଭୁଙ୍କୁ ଦର୍ଶନ କଲେ ବଲିଉଡ୍‌ ସୁପରଷ୍ଟାର ମିଥୁନ ଚକ୍ରବର୍ତ୍ତୀ। ଗତକାଲି ରାତିରେ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ନିକଟରେ ପହଞ୍ଚିବା ପରେ ତାଙ୍କୁ ସେବାୟତମାନେ ସ୍ୱାଗତ କରିବା ସହ ଶ୍ରୀମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ଶ୍ରୀଜିଉଙ୍କୁ ଦର୍ଶନ କରି ଫେରିବା ପରେ ମିଥୁନ କହିଛନ୍ତି, ସେ ଓଡ଼ିଶାରୁ ସବୁବେଳେ ସ୍ନେହ ମମତା ପାଇଛନ୍ତି ।

ଓଡ଼ିଶାରେ ଯେଭଳି ଭଲପାଇବା ମିଳିଛି ତାହା ଅନ୍ୟ କେଉଁଠି ମିଳିନାହିଁ । ତାଙ୍କ ସହ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଉପସ୍ଥିତ ଥିଲେ ।