ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଅ‌ଯୋଧ୍ୟାରେ ପହଞ୍ଚିଲେ ବଲିଉଡ୍‌ ସେଲିବ୍ରିଟି

ଅଯୋଧ୍ୟା: ଯେଉଁ ଦିନକୁବର୍ଷ ବର୍ଷରୁ ଅପେକ୍ଷା ଥିଲା ଶେଷରେ ସେ ଦିନ ଆସିଯାଇଛି। ଆଜି ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ। ଏହି ସମ‌ାରୋହରେ ଅନେକ ବଲିଉଡ୍‌ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଛି।ବଲିଉଡ୍‌ ତାରକା ରଣବୀର କପୁର, ଆଲିଆ ଭଟ୍ଟ, ଭିକି କୌଶଲ, କ୍ୟାଟ୍ରିନା କୈଫ୍‌ ଆଦିଙ୍କୁ ଅଯୋଧ୍ୟାରେ ଦେଖିବାକୁ ମିଳିଛି।

ଅନେକ ଫଟୋରେ ବଲିଉଡ୍‌ର ଅନେକ ତାରକାଙ୍କୁ ଏକାସାଥୀରେ ଦେଖିବାକୁ ମିଳିଛି। ଗୋଟାଏ ଫଟୋରେ ଏକାଥ‌ରକେ ରଣବୀର କପୁର, ଆଲିଆ ଭଟ୍ଟ, ଭିକି କୌଶଲ, କ୍ୟାଟ୍ରିନା କୈଫ୍‌, ରୋହିତ ସେଟ୍ଟୀ, ରାଜକୁମାର ହିରାନି, ଆୟୁଷ୍ମାନ ଖୁରାନା, ମାଧୁରୀ ଦିକ୍ଷିତ ଏବଂ ତାଙ୍କ ଡାକ୍ତର ସ୍ବାମୀ ଶ୍ରୀରାମ ନେନେ ପୋଜ୍‌ ଦେଇଥିବାର ନଜର ଆସିଛନ୍ତି। ପ୍ରଣ ପ୍ରତିଷ୍ଠା ଦିନରେ ଏହି ସବୁ ବଲିଉଡ୍‌ ବ୍ୟକ୍ତିତ୍ବଙ୍କୁ ବିମାନ ବନ୍ଦରରେ ଏକା ସହ ଦେଖିବାକୁ ମିଳିଛି।

ରାମଲଲାଙ୍କ ଆଗମନରେ ଆଲିଆ ଭଟ୍ଟଙ୍କୁ ନୀଳ ରଂଗର ଶାଢ଼ି ପିନ୍ଧି ଅଯୋଧ୍ୟାରେ ପହଞ୍ଚିଥିବାର ଦେଖିବାକୁ ମିଳିଛି। କ୍ୟାଟ୍ରିନା କୈଫ୍‌ଙ୍କୁ ଏକ ସୁନେଲି ରଂଗର ଶାଢ଼ିରେ ଦେଖିବାକୁ ମିଳିଥିବା ବେଳେ ହଳଦିଆ ରଂଗର ଶାଢ଼ିରେ ନଜର ଆସିଛନ୍ତି ମାଧୁରୀ ଦିକ୍ଷିତ।ସେହିପରି ଭିକି କୌଶଲ ଓ ରୋହିତ ସେଟ୍ଟୀ କୁର୍ତ୍ତା ପାଇଜାମା ପିନ୍ଧିଥିବା ବେ‌ଳେ କୁର୍ତ୍ତା ସହ ଧୋତି ପରିଧାନ କରିଛନ୍ତି ରଣବୀର କପୁର। ବଲିଉଡ୍‌ ଷ୍ଟାର୍‌ଙ୍କ ବ୍ୟତୀତ ସାଉଥ୍‌ ସୁପର୍‌ଷ୍ଟାର୍‌ ରଜନୀକାନ୍ତ ବି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ପହଞ୍ଚିଥିବାର ନଜର ଆସିଛନ୍ତି।

#ajodhya#ramNATIONAL