ବଡି ଡିଟକ୍ସ: ଶରୀରରେ ଜମା ହୋଇଥିବା ମଇଳାକୁ ଏହି ୩ ଟି ସହଜ ଉପାୟରେ ବାହାର କରନ୍ତୁ

ପିଲାଦିନରୁ ଆମକୁ ପୁଷ୍ଟିକର ଖାଦ୍ୟ ଖାଇବାକୁ କୁହାଯାଏ I କିନ୍ତୁ ଏହା ବେଳେ ବେଳେ ସମ୍ଭବ ହୋଇ ନ ଥାଏ I ବୟସ ବଢିବା ସହିତ ଆମେ ପୁଷ୍ଟିକର ଖାଦ୍ୟ ଛାଡି ବାହାର ର ଖାଦ୍ୟ ଖାଇବାକୁ ପସନ୍ଦ କରିଥାଉ I ଯଦି ଆମେ ଏହାକୁ ଦୀର୍ଘ ସମୟ ଧରି ଖାଇ ଥାଉ ଏହା ଆମ ଅନ୍ତନଳୀ ଏବଂ ଯକୃତ କୁ କ୍ଷତି ପହଞ୍ଚାଇଥାଏ I ଏହା କରିବା ଦ୍ୱାରା ଶରୀରରେ ବିଷାକ୍ତ ପଦାର୍ଥ ଜମା ହେବା ଆରମ୍ଭ ହୁଏ, ଯେଉଁ କାରଣରୁ ଆମର ଓଜନ ଦ୍ରୁତ ଗତିରେ ବୃଦ୍ଧି ହୋଇଥାଏ I ଏପରି ପରିସ୍ଥିତିରେ, ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, ଶରୀରର ବିଷାକ୍ତ ପଦାର୍ଥ ବାହାର କରି କିପରି ଓଜନ ହ୍ରାସ କରାଯାଇପାରିବ ଆସନ୍ତୁ ଜାଣିବା I

ସପ୍ତାହକୁ ଥରେ ଉପବାସ କରନ୍ତୁ:
ଯେଉଁ ପରି ଆମେ ପ୍ରତିଦିନ ଜିମ ଯାଉ ଆସୁ । ଆଉ ସପ୍ତାହକୁ ଥରେ ନିଜ ଶରୀରରକୁ ଆରାମ ଦେଉ । ଠିକ ସେହିପରି ଭାବେ ଆମ ଶରୀରର ଅଙ୍ଗ ଗୁଡିକୁ ବି ଆରାମ ମିଳିବା ଆବଶ୍ୟକ । ଯେବେ ଆମେ ଭୋଜନ କରୁ ଆମ ଶରୀରର ପ୍ରତିଟି ଅଙ୍ଗ କାମରେ ଲାଗିଯାନ୍ତି । କିନ୍ତୁ ସେଗୁଡିକୁ ବି ଟିକେ ଆରାମ ମିଳିବା ଆବଶ୍ୟକ । ଆଉ ଏହା ଦ୍ୱାରା ଆମ ପେଟରେ ଜମା ହୋଇଥିବା ଅପରିଷ୍କାର ପଦାର୍ଥ ଗୁଡିକ ବାହାରକୁ ବାହାରିଯିବ । ଏହା ସହିତ ଆପଣଙ୍କୁ ଅନ୍ୟ ରୋଗ ଗୁଡିକ ବି ଗ୍ରାସ କରିପାରେ ।

ଡିଟକ୍ସ ଜୁସ ପିଅନ୍ତୁ:
ସବୁବେଳେ ଖାଦ୍ୟ ଖାଇବା ଫଳରେ ଆମ ଆମ ଈଂଟୱେଷ୍ଟଇନ, ଲିଭର ଆଦିରେ ଅପରିଷ୍କାର ପଦାର୍ଥ ଜମା ହେବାକୁ ଲାଗେ । ଏଣୁ ଏଗୁଡ଼ିକୁ ସଫା କରିବା ପାଇଁ ଆପଣ ଡିଟକ୍ସ ଜୁସ ପିଇବା ଦରକାର ।

ପ୍ରଚୁର ଫଳ ଖାଆନ୍ତୁ:
ଆଜି କାଲିକା ସମୟରେ ଶରୀରକୁ ଟିକେ ସୁସ୍ଥ କରି ଗଢିବା ପାଇଁ ଆମେ ଋତୁ ଅନୁଯାୟୀ ଫଳ ଖାଇବା ଦରକାର । ଯେବେ ଆପଣ ଘରେ ଅଛନ୍ତି କିମ୍ବା ବାହାରକୁ କେଉଁଠିକି ଯାଉଛନ୍ତି ତେବେ କଞ୍ଚା ନଡ଼ିଆକୁ ସ୍ନାକ୍ସ ଭାବରେ ଖାଇପାରିବେ । ଏହା ସହ ବିଭିନ୍ନ ଋତୁରେ ମିଳୁଥିବା ଫଳ ସବୁକୁ ମଧ୍ୟ ଖାଇପାରିବେ ।