କାରାଗାର କର୍ମଚାରୀ ଙ୍କ ଲାଗି ବଡ଼ି କ୍ୟାମେରା


ଓଡିଶା କାରାଗାର ଓ ସଂସ୍କାର ସେବା ନିର୍ଦେଶାଳୟ ପକ୍ଷରୁ ବିଚାରାଧୀନ ବନ୍ଦୀ ଙ୍କ ଉପରେ ସ୍ୱତନ୍ର ନଜର ରଖିବା ଲାଗି ବଡ଼ି କ୍ୟାମେରା ବ୍ୟବସ୍ଥା ଆରମ୍ଭ କରାଯିବ I ବନ୍ଦୀ ଙ୍କ ଲାଗି ବିଭିନ୍ନ ଉନ୍ନୟନମୂଳକ ଓ ଆତ୍ମନିର୍ଭରଶୀଳ କରିବାଲାଗି ଏହି ପଦକ୍ଷେପ ନିଆଯାଉଛି I ପ୍ରଥମେ ଏହା ପରୀକ୍ଷା ମୂଳକ ଭାବରେ ଝାରପଡ଼ା କାରାଗାର ଓ ଚୌଦ୍ୱାର ମଣ୍ଡଳ କାରାଗାର ରେ ଆରମ୍ଭ କରାଯିବ I ଏଥିପପାଇଁ ପ୍ରଥମେ ୨୦ ଟି କ୍ୟାମେରା କିଣାଯାଇଛି I ବନ୍ଦୀମାନେ ଅଦାଲତ ରୁ କାରାଗାରକୁ କିମ୍ବା ଚିକିତ୍ସାଳୟ ଫେରିବା ପରେ ଏହି କ୍ୟାମେରା ଧାରଣ କରିଥିବା ଜେଲ କର୍ମଚାରୀ ତାଙ୍କୁ ଯାଞ୍ଚ କରିବେ I ଅଚାନକ ଯାଞ୍ଚ ,ଦୁର୍ଦ୍ଦାନ୍ତ ଅପରାଧୀ ମାନଙ୍କୁ ନେବା ଆଣିବା ସମୟରେ ଏହାଏ କରାଯିବ ଇ କାରାଗାରରେ ଯେଉଁ ସ୍ଥାନ ସିସିଟିଭି ପରିଧି ଭିତେ ଆସୁନାହିଁ ,ସେ ସ୍ଥାନ କୁ କର୍ମଚାରୀମାନେ ଏହି ବଡ଼ି କ୍ୟାମେରା ପରିଧାନ କରି ଯିବେ I ସେହିଭଳି ବନ୍ଦୀ ଙ୍କ ଲାଗି ଫୋନ (ପ୍ରିଜରନ୍ସ କଲିଂ ସିଷ୍ଟମ ) ବ୍ୟବସ୍ଥା ଲାଗୁ କରାଯିବ I ଏହି ବ୍ୟବସ୍ଥା ଦ୍ୱାରା ଜଣେ ବନ୍ଦୀ ଦୁଇଟି ନମ୍ବର କୁ ଫୋନ କରିପାରିବ ଓ ଏହି ନମ୍ବର ତାକୁ ଆଗରୁ ନେବାକୁ ପଡିବ ଇ କଲ ର ସମୟ ସୀମା ୫ ମିନିଟ ରହିବ ଓ ପ୍ରତି କଲ ପାଈଁ ୫ ଟଙ୍କା ଲେଖା ଦେବାକୁ ପଡିବ ଇ ଏହା ପ୍ରଥମେ ଝାରପଡା ଓ ପରେ ଚୌଦ୍ୱାର ଜେଲରେ ଆରମ୍ଭ କରାଯାଇଛି ଇଥିପାଇଁ ପ୍ରତି କାରାଗାର ରେ ୪ ଟି ଲେଖାଏ ବୁଥ କରାଯାଇଥିବାବେଳେ ଏଠି ମଧ୍ୟରୁ ଗୋଟାଏ ମହିଳା ବନ୍ଦୀ ଙ୍କ ପାଇଁ ଉଦ୍ଦିଷ୍ଟ I ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟରେ ଝାରପଡା ଜେଲ ରେ ବନ୍ଦୀଙ୍କ ଲାଗି ସ୍ମାର୍ଟ କାର୍ଡ ପ୍ରଚଳନ ସହ ସମ୍ବେଦନଶୀଳ କାରାଗାର ରେ ଡ୍ରନ କ୍ୟାମେରା ବ୍ୟବସ୍ଥା କାରାଯିବାର ଯୋଜନା ମଧ୍ୟ ରହିଛି I

Comments (0)
Add Comment