ବବି ମିଶ୍ରଙ୍କୁ ନୋଟିସ୍‌ ଦେଇ ଛାଡ଼ିଲା ନୟାପଲ୍ଲୀ ଥାନା ପୁଲିସ।

ଗାଡି ପାର୍କିଂକୁ ନେଇ ଆଲବମ ଅଭିନେତା ବବି ମିଶ୍ର,ତାଙ୍କ ପଡୋଶୀ ତପି ମିଶ୍ର ଙ୍କୁ ମାଡ଼ ମାରିଥିବା ଅଭିଯୋଗ ରେ ମାମଲା ଯାଇ ଥାନା ରେ ପହଂଚିଛି I ସୂଚନା ଅନୁଯାୟୀ, ଗାଡି ପାର୍କିଂକୁ ନେଇ ନିଶାସକ୍ତ ଅବସ୍ଥାରେ ବବି ତାଙ୍କ ପଡ଼ୋଶୀ ତପି ମିଶ୍ର ଙ୍କୁ ବନ୍ଧୁକ ମୁନରେ ଡରାଇଥିଲେ। ନିସ୍ତୁକ ମାଡ ମଧ୍ୟ ମାରିଥିଲେ। ପଡ଼ୋଶୀଜଣକ ଏନେଇ ଶନିବାର ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ମୁତାବକ ପୁଲିସ ଘଟଣାର ସତ୍ୟାସତ୍ୟ ଜାଣିବାକୁ ଚେଷ୍ଟା ଚଳାଇଥିଲେ। ବବି ନୂଆପଲ୍ଲୀ ଆଇଆର୍‌ସି ଭିଲେଜ୍‌ର ଏନ୍‌ନ୍‌-୧ରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଛନ୍ତି । କିଛି ଦିନ ହେଲା ସେ ମାନସିକ ଚିନ୍ତାରେ ରହୁଥିଲେ । କୌଣସି କାରଣ ନେଇ ସମ୍ପୃକ୍ତ ପଡ଼ୋଶୀଙ୍କ ସହ ବଚସା ହୋଇଥିଲା । ତପିଙ୍କ ଅଭିଯୋଗ, ମଦ ପିଇ ପଡ଼ୋଶୀଙ୍କୁ ଗାଳିଗୁଲଜ କରିବା କୁଆଡ଼େ ବବିଙ୍କ ଅଭ୍ୟାସ। ଶୁକ୍ରବାର ବବିଙ୍କ ଭାଇ ଚନ୍ଦନ ସହ ଗାଡ଼ିପାର୍କିଂକୁ ନେଇ ସାମାନ୍ୟ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବବି ଘରୁ ଏକ ବନ୍ଧୁକ ଆଣି ତାଙ୍କୁ ଧମକାଇଥିଲେ । ଏମିତିକି ଆପାର୍ଟମେଣ୍ଟର ଅନ୍ୟ ଅନ୍ତେବାସୀଙ୍କ ସାମ୍ନାରେ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ ।ଏ ସଂପର୍କରେ ସେ ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। ସେହି ସମୟରେ ବବି କୁଆଡ଼େ ତାଙ୍କ ଘରକୁ ଯାଇ ପତ୍ନୀଙ୍କୁ ଗ୍ୟାଙ୍ଗଷ୍ଟର ରାଜା ଆଚାର୍ଯ୍ୟ ନାଁ ନେଇ ଧମକଚମକ ଦେଇଥିବା ଅଭିଯୋଗ ହୋଇଛି। ତପିଙ୍କ ପରି ତାଙ୍କ ପତ୍ନୀ ମଧ୍ୟ ବବିଙ୍କ ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ।
ହେଲେ ଅଭିନେତା ବବି ମିଶ୍ର କିନ୍ତୁ ଗ୍ୟାଙ୍ଗଷ୍ଟରଙ୍କ ନାଁରେ ଧମକ ଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସନ୍ଧ୍ୟା ବେଳେ ବବି ମିଶ୍ରଙ୍କୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। 41 CRPCରେ ନୋଟିସ୍‌ ଦେଇ ଛାଡ଼ିଲା ନୟାପଲ୍ଲୀ ଥାନା ପୁଲିସ।

Comments (0)
Add Comment