ରାଜ୍ୟରେ କରୋନା ସହିତ ଓମିକ୍ରନ ସଂକ୍ରମଣ ଦ୍ରୁତ ଗତି ରେ ବୃଦ୍ଧି ପାଉଛି । ଫଳରେ ଆଜିଠାରୁ ଭୁବେନଶ୍ୱର ବିମାନ ବନ୍ଦରରେ ବିମାନ ଯାତ୍ରୀଙ୍କ ଆରଟି-ପିସିଆର ଟେଷ୍ଟିଂ ହେଉଛି । ଡବଲ ଡୋଜ୍ ଟିକା ପ୍ରମାଣପତ୍ର ଏବଂ ଆରଟିପିସିଆର ଟେଷ୍ଟିଂ ରିପୋର୍ଟ ନେଗେଟିଭ୍ ଥିଲେ ମଧ୍ୟ ପୁଣି ଥରେ ବିମାନବନ୍ଦରରେ ପରୀକ୍ଷା ବାଧ୍ୟତାମୂଳକ ବୋଲି ବିଏମ୍ସି ନୋଟିସ୍ ଜାରି କରିଛି। ନମୁନା ପରୀକ୍ଷା ପାଇଁ ବନ୍ଦରରେ ଏକାଧିକ ଟିମ୍ ରହିବେ । ଏହା ସହିତ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ବିମାନ ଯାତ୍ରୀଙ୍କ ପାଇଁ ଜାରି କରିଥିବା ଗାଇଡ୍ଲାଇନ୍ରେ ସାମାନ୍ୟ ସଂଶୋଧନ କରିଛନ୍ତି। ନୂଆ ନିୟମ ଅନୁସାରେ ଏଣିକି ୭୨ ଘଣ୍ଟା ପୂର୍ବର ଆରଟି-ପିସିଆର ଟେଷ୍ଟ ଯାତ୍ରୀଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କର ଟେଷ୍ଟ ହେବ। ଯଦି କୌଣସି ଯାତ୍ରୀଙ୍କଠାରେ କରୋନା ଲକ୍ଷଣ ଦେଖାଦିଏ, ତାହାହେଲେ ସେମାନଙ୍କୁ ହୋମ କ୍ଵାରେଣ୍ଟାଇନ ରଖାଯିବା ସହିତ କୋଭିଡ ନିୟମ ଅନୁଯାୟୀ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ସଂଶୋଧିତ ଗାଇଡ୍ଲାଇନ୍ରେ ବିଏମ୍ସି କହିଛି ।
ତେବେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନ ଅନୁଯାୟୀ ବିଦେଶରୁ ଫେରିଲେ ୭ ଦିନ ହୋମ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ । ରିପୋର୍ଟ ନେଗେଟିଭ ଥିଲେ ବି ହୋମ କ୍ୱାରେଣ୍ଟାଇନ୍ ବାଧ୍ୟତାମୂଳକ ରହିବ । ରିପୋର୍ଟ ପଜିଟିଭ ଆସିଲେ ନମୁନା ଜିନମ ସିକ୍ୱ୍ୟଏନ୍ସିଂ ପାଇଁ ଯିବ । ଜାନୁଆରୀ ୧୧ ତାରିଖରୁ ଏହି ନିୟମ ଲାଗୁ ହେବ ବୋଲି ଗାଇଡ୍ଲାଇନ ରେ ଦର୍ଶା ଯାଇଛି I