ମିରଟ: ମିରଟ ଜିଲ୍ଲା ଦୌରା ଜଜ ବହୁ ଚର୍ଚ୍ଚିତ ସୌରଭ ହତ୍ୟାକାଣ୍ଡ ମାମଲାର ଶୁଣାଣି କରି ଅଭିଯୁକ୍ତ ସାହିଲ ଏବଂ ମୁସ୍କାନଙ୍କୁ ଫାଶି ଦଣ୍ଡାଦେଶ ଶୁଣାଇଛନ୍ତି । ଏହା ପୂର୍ବରୁ ସେପ୍ଟେମ୍ବର ୩୦ରେ କୋର୍ଟ ଉଭୟଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲା । ଏଥିସହିତ ଅକ୍ଟୋବର ୧୪ରେ ରାୟ ଘୋଷଣା କରିବେ ବୋଲି କହିଥିଲେ । ଆଜି ଭର୍ଚୁଆଲ ମୋଡରେ କୋର୍ଟ ମୁସ୍କାନ ଏବଂ ସାହିଲ କୋର୍ଟରେ ଉପସ୍ଥିତ ହୋଇଥିଲେ । ସୂଚନା ଥାଉ ଯେ, ଗତବର୍ଷ ମୁସ୍କାନ ନିଜ ସ୍ୱାମୀ ତଥା ମର୍ଚ୍ଚାଣ୍ଟ ନୌସେନା ଅଧିକାରୀ ସୌରଭ ରାଜପୁତଙ୍କୁ ପ୍ରେମିକ ସାହିଲ ସହ ମିଶି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲା। ଏହାପରେ ମୃତଦେହକୁ ନୀଳ ଡ୍ରମ୍ରେ ସିଲ କରି ହନିମୁନ ପାଇଁ ଚାଲି ଯାଇଥିଲେ। ସେଠାରୁ ଫେରିବା ପରେ ଗିରଫ ହୋଇଥିବା ମୁସ୍କାନ ଓ ସାହିଲକୁ ଦୁଇ ସପ୍ତାହ ପୂର୍ବରୁ କୋର୍ଟ ପ୍ରଥମେ ଦୋଷୀ ସାବ୍ୟସ୍ତ କରିଥିଲେ। ଆଜି ଉଭୟଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି। ଏଥିସହ ଧାରା ୩୦୨ ଅନୁଯାୟୀ ୫୦ ହଜାର ଟଙ୍କା ଓ ଧାରା ୨୩୮ଏ ଅନୁଯାୟୀ ୨୦ ହଜାର ଟଙ୍କାର ଜୋରିମାନା ଲଗାଇଛନ୍ତି। ମାତ୍ର ୧୩ ମାସ ମଧ୍ୟରେ ୧୨୬ ଥରର ଶୁଣାଣି ଓ ୨୨ ଜଣ ସାକ୍ଷୀଙ୍କ ବୟାନକୁ ଆଧାର କରି ଜିଲ୍ଲା ଜଜ୍ ଅରବିନ୍ଦ କୁମାର ମିଶ୍ରା ଉଭୟଙ୍କ ବରୋଧରେ ରାୟ ଶୁଣାଇଛନ୍ତି। ସରକାରୀ ଓକିଲ ଉଭୟଙ୍କୁ ମୃତ୍ୟୁଦଣ୍ଡ ଭଳି କଠୋର ଶାସ୍ତି ପାଇଁ ଦାବି କରୁଥିବା ବେଳେ ପ୍ରତିପକ୍ଷ ଓକିଲ ଏହାକୁ ୧୦ରୁ ୨୦ ବର୍ଷ ମଧ୍ୟରେ ସୀମିତ ରଖିବାକୁ କହିଥିଲେ । ହେଲେ ବିଚାରପତି ପ୍ରତିପକ୍ଷ ଓକିଲଙ୍କ ସମସ୍ତ ଦାବିକୁ ଅଗ୍ରାହ୍ୟ କରି ମୁସ୍କାନ ଓ ସାହିଲଙ୍କୁ ଫାଶୀ ଦଣ୍ଡ ଶୁଣାଇଛନ୍ତି ।