ଶିମିଳିପାଳରେ ହେବ କଳାବାଘ ସଫାରୀ

ଭୁବନେଶ୍ୱର: ଶିମିଳିପାଳରେ ହେବ କଳାବାଘ ସଫାରୀ । ଏନେଇ ଅନୁମତି ମିଳିଛି । ଏନେଇ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ଶିମିଳିପାଳରେ କଳାବାଘ ସଫାରୀ ପାଇଁ ସେଣ୍ଟ୍ରାଲ ଜୁ ଅଥୋରିଟି(ସିଜେଡ)ଙ୍କ ଠାରୁ ଅନୁମତି ମିଳିଥିବା ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି ।  ସେ କହିଛନ୍ତି ଯେ ବାରିପଦା ମଞ୍ଚିଆପଡ଼ାରେ ୧୦୦ ଏକର ଜାଗାରେ ସଫାରୀ ହେବ । ନନ୍ଦନକାନନରେ ଥିବା କଳା ଜିନ ବାଘକୁ ସେଠାରେ ଛଡ଼ାଯିବ । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ସଫାରୀକୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ବୋଲି ଶ୍ରୀ ନନ୍ଦ ସୂଚନା ଦେଇଛନ୍ତି ।