ପୌର ନିର୍ବାଚନ ପାଇଁ ବିଜେପିର ପାଗ ଭିଡା : ପ୍ରଚାର ମଙ୍ଗ ଧରିବେ ଧର୍ମେନ୍ଦ୍ର, ବୈଜୟନ୍ତ ଓ ସମ୍ବିତ ପାତ୍ର

ଚଳିତ ମାସ ୨୪ ତାରିଖରେ ରାଜ୍ୟରେ ହେବାକୁ ଯାଉଛି ପୌର ନିର୍ବାଚନ । ୭ ତାରିଖ ମଧ୍ୟରେ ପ୍ରାର୍ଥୀମାନଙ୍କର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଯାଇଥିବା ବେଳେ ୯ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ ହୋଇ ୧୪ ତାରିଖ ରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ I ପୌର ନିର୍ବାଚନ ପାଇଁ ବିଜେଡି ତା’ର ପ୍ରଚାରକୁ ଜୋରଦାର କରିଥିବା ବେଳେ ବିଜେପି ତରଫରୁ ସେଭଳି କୌଣସି ବଡ଼ ନେତା ଏଯାଏଁ ପ୍ରଚାର ମୈଦାନକୁ ଓହ୍ଲାଇ ନଥିବା ଦେଖିବାକୁ ମିଳିଛି ।

ନିକଟରେ ସରିଥିବା ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ବିପୁଳ ବିଜୟ ହାସଲ କରିଥିବା ବେଳେ ବିରୋଧୀ ବିଜେପି ନିର୍ବାଚନ ରେ ପ୍ରାୟ ପୋଛି ହେଇ ଯାଇଥିଲା କହିଲେ ଚଳେ । ତେବେ ପଞ୍ଚାୟତ ନିର୍ବାଚନ ପ୍ରଚାର ରେ ବିଜେପି ପକ୍ଷରୁ କୌଣସି ହେଭିୱେଟ ନେତାଙ୍କୁ ସାମିଲ କରାଯାଇ ନଥିବାରୁ ଦଳ ହାରିଲା ବୋଲି ଅନେକ ମତ ଦେଇଥିଲେ । ତେଣୁ ବିଜେପି ଅତୀତର ଭୁଲ କୁ ସୁଧାରିବା ପାଇଁ ଆଗୁଆ ପ୍ରସ୍ତୁତ ହେଇ ସାରିଛି I ବର୍ତମାନ ପରିସ୍ଥିତିରେ ପୌର ନିର୍ବାଚନୀ ପ୍ରଚାର ପାଇଁ ବିଜେପିର ମଙ୍ଗ ଧରିବାକୁ ଯାଉଛନ୍ତି ଧର୍ମେନ୍ଦ୍ର, ବୈଜୟନ୍ତ, ସମ୍ବିତ ପାତ୍ର । ବିଜେପିର ଏହି ତିନି କେନ୍ଦ୍ରୀୟ ନେତା ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା ଓ ସମ୍ବିତ ପାତ୍ର ପୌର ନିର୍ବାଚନ ପ୍ରଚାର ପାଇଁ ମଙ୍ଗ ଧରିବେ I ପଞ୍ଚାୟତ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟକୁ ନେଇ ଧର୍ମେନ୍ଦ୍ରଙ୍କୁ ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା । ପଞ୍ଚାୟତ ନିର୍ବାଚନରେ ବିଜେପିର କୌଣସି ବଡ଼ ନେତା ପ୍ରଚାର ନକରିବା ଦଳ ପରାଜୟର ମୁଖ୍ୟ କାରଣ ବୋଲି ଚର୍ଚ୍ଚା ହେଉଥିଲା । ତେଣୁ ଏହି ପରାଜୟରୁ ଶିକ୍ଷା ନେଇ ବିଜେପି ପୌର ନିର୍ବାଚନ ପାଇଁ ତା’ର ଶୀର୍ଷ ନେତାଙ୍କ ହସ୍ତକ୍ଷେପ ଲୋଡ଼ିଥିବା ଜଣାପଡ଼ିଛି ।ତେବେ ପଂଚାୟତ ନିର୍ବାଚନ ସମୟରେ ଧର୍ମେନ୍ଦ୍ର ଙ୍କ ଉପରେ ୟୁପି ନିର୍ବାଚନ ଦାୟିତ୍ୱ ନ୍ୟସ୍ତ ଥିବାରୁ ନିର୍ବାଚନ ପ୍ରଚାର ରେ ଯୋଗ ଦେଇ ପାରି ନ ଥିଲେ I ବର୍ତ୍ତମାନ ୟୁପି ନିର୍ବାଚନ ସରି ଯାଇଥିବାରୁ ଏହି ତିନି ହେଭି ୱେଟ ନେତା ପୌର ନିର୍ବାଚନ ପ୍ରଚାର ରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ମୁଖପାତ୍ର ସୁରଥ ବିଶ୍ୱାଳ ।
ଆସନ୍ତା ଦୁଇ ତିନି ଦିନ ଏହି ତୁଙ୍ଗନେତାମାନେ ନିଜ ଦଳର ପ୍ରାଥୀଙ୍କ ପାଇଁ ପ୍ରଚାର କରି ସେମାନଙ୍କୁ ନିର୍ବାଚନରେ ଜିତାଇ ବାକୁ ପ୍ରୟାସ କରିବେ । ତେବେ ବିଜେପିର ଏହି ନୂଆ ରଣକୌଶଳ ପରେ ବିଜେଡି କି ନୀତି ଆପଣାଉଛି ତାହା ଦେଖିବାକୁ ବାକି ରହିଲା ।