ପଞ୍ଚାୟତ ନିର୍ବାଚନ ପାଇଁ ବିଜେପିର ଡିଜିଟାଲ ପ୍ରଚାର ପ୍ରସ୍ତୁତି

ରାଜ୍ୟରେ ଚଳିତ ମାସ ୧୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ I ସମୁଦାୟ ୫ ଟି ପର୍ଯ୍ୟIୟରେ ପଂଚାୟତ ନିର୍ବାଚନ ହେବ I ରାଜ୍ୟରେ ବର୍ତ୍ତମାନ କରୋନା ମହାମାରୀ ଯୋଗୁଁ ରାଲି ଓ ସମାବେଶ,ଡୋର ଟୁ ଡୋର କ୍ୟାମ୍ପେନିଙ୍ଗ ଉପରେ ଲାଗିଛି କଟକଣା । କିନ୍ତୁ ଡିଜିଟାଲ ପ୍ରଚାର ପାଇଁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଥିଲା । ସେହି ଅନୁସାରେ ପଞ୍ଚାୟତ ନିର୍ବାଚନ ପାଇଁ ଡିଜିଟାଲ ପ୍ରଚାର ପ୍ରସ୍ତୁତି ରେ ବିଜେପି । ରାଜ୍ୟରେ ୮୫୩ଟି ଜିଲ୍ଲାପରିଷଦ ଜୋନରେ ଭର୍ଚୁଆଲ ପ୍ଲାଟଫର୍ମରେ ପ୍ରଚାର କରିବାକୁ ଯୋଜନା କରିଛି ବିଜେପି । ମୋଦି ସରକାରଙ୍କ ସଫଳତା ଓ ରାଜ୍ୟ ସରକାରଙ୍କ ବିଫଳତାକୁ ଅସ୍ତ୍ର କରି ଲୋକଙ୍କୁ ପାଖକୁ ଯିବ ଦଳ । ଆସନ୍ତା ୬ କିମ୍ବା ୭ ତାରିଖରେ ଡିଜିଟାଲ ପ୍ରଚାରକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ତେବେ ବିଜେପି ର ଡିଜିଟାଲ ପ୍ରଚାର ରେ ବହୁ ହେଭିୱେଟ ଙ୍କ ସହିତ ୨ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଗିରିରାଜ ସିଂହ ମଧ୍ୟ ଏଥିରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।ଏ ନେଇ ସୂଚନା ଦେଇଛନ୍ତି ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର। ତେବେ ବିଧିବଦ୍ଧ ଭାବେ ସିଡ୍ୟୁଲ୍ ଏପର୍ଯ୍ୟନ୍ତ ସ୍ଥିର କରାଯାଇନାହିଁ। ଖୁବଶୀଘ୍ର କାର୍ଯ୍ୟସୂଚୀ ସ୍ଥିର କରାଯିବ ଏବଂ ନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇବେ ବୋଲି ଗୋଲକ ମହାପାତ୍ର କହିଛନ୍ତି।

Comments (0)
Add Comment