ଘୋଷଣା ହେଲା ବିଜେପିର ୧୧ତମ ପ୍ରାର୍ଥୀ ତାଲିକା ; ଜାଣନ୍ତୁ କାହାକୁ ମିଳିଲା ଟିକେଟ

ନୂଆଦିଲ୍ଲୀ: ଆଜି ବିଜେପି ତା’ର ୧୧ ତମ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଉତ୍ତରପ୍ରଦେଶର ଭଦୋହି ଆସନରୁ ବିଜେପି ଏହି ପ୍ରାର୍ଥୀ ଘୋଷଣା କରିଛି । ଏହି ତାଲିକାରେ ମାତ୍ର ଜଣଙ୍କର ନାଁ ରହିଛି । ଡକ୍ଟର ବିନୋଦ କୁମାର ବିନ୍ଦ ଭଦୋହିରୁ ପ୍ରାର୍ଥୀ ହୋଇଛନ୍ତି ।

ନିଶାଦ ପାର୍ଟି ଚଳିତ ନିର୍ବାଚନରେ ବିଜେପି ସହ ମେଣ୍ଟ କରିଛି । ଡକ୍ଟର ବିନୋଦ କୁମାର ବିନ୍ଦ ବର୍ତ୍ତମାନ ମିର୍ଜାପୁର ଜିଲ୍ଲାର ମଜୱାନ ବିଧାନସଭା ଆସନରୁ ନିଶାଦ ପାର୍ଟିର ବିଧାୟକ ଅଛନ୍ତି ।

ତେବେ ଡକ୍ଟର ବିନ୍ଦ ଭଦୋହିରେ ଟିଏମସି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଲଲିତେଶପତି ତ୍ରିପାଠୀଙ୍କୁ ଭେଟିବେ । ଲଲିତେଶ ସପା-କଂଗ୍ରେସ ମିଳିତ ମେଣ୍ଟର ପ୍ରାର୍ଥୀ ଅଟନ୍ତି। ସପା ଏହି ଆସନ ଟିଏମସିକୁ ଦେଇଛି ।