ଯାହା ନାହିଁ ବିଜେପି ଆସିଲେ ସବୁ ନେବ: ଗୃହମନ୍ତ୍ରୀ

ଦେଶର ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ବିଜେପି ଭିନ୍ନ ଢଙ୍ଗରେ ପ୍ରଚାର ଆରମ୍ଭ କରିଛି। ବିଭିନ୍ନ ରାଜ୍ୟର ସ୍ଥିତି ଓ ଲୋକଙ୍କ ଭାବାବେଗକୁ ଦେଖି ପ୍ରସଙ୍ଗ ଉଠାଇଛି ଦଳ। ଦଳର ହେଭିୱେଟ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ପଶ୍ଚିମବଙ୍ଗରେ ପ୍ରଚାର କରିଛନ୍ତି। ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ବହୁ ସଂଖ୍ୟାରେ ଜିତାଇବାକୁ ଆହ୍ୱାନ ଦେଇଛନ୍ତି ଶାହା। ଆଗାମୀ ଲୋକସଭା ନିର୍ବାଚନରେ ବିଜେପିକୁ ଅଧିକ ସିଟରେ ଜିତାଇଲେ ରାମନବମୀ ଶୋଭାଯାତ୍ରାକୁ ଶାନ୍ତି ଶୃଙ୍ଖଳାରେ ଆୟୋଜନ କରି ଦେଖାଇବୁ ବୋଲି ଅମିତ କହିଛନ୍ତି।

ବିଜେପି ଜିତିବା ପରେ ରାମନବମୀ ଶୋଭାଯାତ୍ରା ଉପରେ ଆକ୍ରମଣ କରିବାକୁ କାହାର ସାହାସ ହେବ ନାହିଁ ବୋଲି ସେ କହିଛନ୍ତି। ଯାହାକୁ ନେଇ ଏବେ ରାଜନୀତି ତୀବ୍ର ହୋଇଛି। ଲୋକଙ୍କ ଭାବାବେଗ ସହ ଜଡିତ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ଅମିତ ଶାହା ପ୍ରଚାର କରିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ପଶ୍ଚିମବଙ୍ଗ ବୀରଭୂମିରେ ଏକ ବିଶାଳ ସଭାରେ ସମ୍ବୋଧନ କରି ଶାହା ରାମନବମୀ ରାଲି ବେଳେ ପଶ୍ଚିମବଙ୍ଗରେ ଦେଖାଯାଇଥିବା ହିଂସାକାଣ୍ଡ ପ୍ରସଙ୍ଗ ଉଠାଇଛନ୍ତି। ଏଥିସହିତ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଯୋଗୁ ହିଁ ଏସବୁ ଘଟଣା ଘଟିଛି ବୋଲି କହି ମମତାଙ୍କୁ ଟାର୍ଗେଟ କରିଛନ୍ତି ଶାହା।

ରାଜ୍ୟରେ ବିଜେପି ସରକାର ଗଠନ ହେଲେ, ରାମନବମୀ ଶୋଭାଯାତ୍ରା ଉପରେ କେହି ଆକ୍ରମଣ କରିବାକୁ ସାହସ କରିବେନି ବୋଲି କୁହାଯାଇଛି। ମମତାଙ୍କ ସରକାର ବିରୋଧରେ ଲଢ଼ିବାର ଏକମାତ୍ର ମାଧ୍ୟମ ବିଜେପି ବୋଲି କହିଛନ୍ତି ଶାହା। ଯାହାକୁ ନେଇ ପଶ୍ଚିମବଙ୍ଗ ସମେତ ଦେଶର ରାଜନୀତି ତୀବ୍ର ହୋଇଛି। ସେହିଭଳି ଅରୁଣାଚଳପ୍ରଦେଶ ଗସ୍ତରେ ଯାଇଥିବା ବେଳେ ଆମ ଦେଶର ଇଞ୍ଚେ ବି ଜମି କେହି ନେଇପାରିବେନି ବୋଲି କଡା ଭାଷାରେ କହିଥିଲେ ଶାହା। ଭାରତର ବିଭିନ୍ନ ସୀମା ଅଞ୍ଚଲରେ ଚାଇନାର ଅନୁପ୍ରବେଶ ବଢିବାକୁ ନେଇ ସମାଲୋଚନା ହେଉଥିବା ବେଳେ ସାହାଙ୍କ ଏହି ମନ୍ତବ୍ୟ ନିର୍ବାଚନ ପୂର୍ବରୁ ଦେଶପ୍ରେମର ବାର୍ତ୍ତା ଦେଉଛି ବୋଲି କୁହାଯାଉଛି।

ଯାହା ବିଜେପିର ପ୍ରଚାରର ଏକ ଅଂଶ ବୋଲି ଆଲୋଚନା ହେଉଛି। ସାହାଙ୍କ ବ୍ୟତୀତ କେନ୍ଦ୍ରର ପ୍ରମୁଖ ନେତାମାନେ ବିଭିନ୍ନ ରାଜ୍ୟ ଗସ୍ତ କରି ଆଗାମୀ ନିର୍ବାଚନ ପାଇଁ ପ୍ରଚାରକୁ ଜୋରଦାର କରିଥିବା କୁହାଯାଉଛି।

NATIONALODISHA