ଦୁର୍ନୀତି ଓ ଭ୍ରଷ୍ଟାଚାରର ଗନ୍ତାଘର ବିଜେଡିକୁ ହଟାଇ ରାଜ୍ୟରେ ସରକାର ଗଠନ କରିବ ବିଜେପି: ମନମୋହନ ସାମଲ

ଭୁବନେଶ୍ୱର, ତା.୧୩/୦୪ : ୨୩ ବର୍ଷର ଶାସନରେ ବାଲେଶ୍ୱର ଜିଲ୍ଲାର ବିକାଶ ହୋଇପାରିଲା ନାହିଁ । ନୂତନ ଶିଳ୍ପାନୁଷ୍ଠାନ ତ ବହୁ ଦୂର କଥା, ଜିଲ୍ଲାରେ ବିଭିନ୍ନ ଶିଳ୍ପାନୁଷ୍ଠାନ ବନ୍ଦ ହୋଇଯିବା କାରଣରୁ ଆଜି ଯୁବକଯୁବତୀ ଜିଲ୍ଲା ତଥା ରାଜ୍ୟ ବାହାରକୁ ଦାଦନ ଖଟିବା ପାଇଁ ଯାଉଛନ୍ତି । ଜିଲ୍ଲାର ରାସ୍ତା, ଘାଟ, ଶିକ୍ଷା, ସ୍ୱାସ୍ଥ୍ୟବସ୍ଥା ଆଜି ସଂପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି । ଓଡ଼ିଶାରେ ରାଜ୍ୟ ସରକାର ଜଣେ ମନ୍ତ୍ରୀଙ୍କୁ ସୁରକ୍ଷା ଦେବାରେ ବିଫଳ ସାବ୍ୟସ୍ତ ହୋଇଛନ୍ତି । ଆଗାମୀ ସାଧାରଣ ନିର୍ବାଚନରେ ଦୁର୍ନୀତି ଓ ଭ୍ରଷ୍ଟାଚାରର ଗନ୍ତାଘର ପାଲଟିଥିବା ବିଜେଡି ସରକାରକୁ ହଟାଇ ରାଜ୍ୟରେ ବିଜେପି ସରକାର ଗଠନ କରିବ । ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ସମସ୍ତ ବିଧାନସଭାରେ ବିଜେପିକୁ ଜିତାଇବା ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କାର୍ଯ୍ୟକର୍ତାଙ୍କୁ ଆହ୍ୱାନ ଦେଇଛନ୍ତି ।


ଦିନିକିଆ ବାଲେଶ୍ୱର ଗସ୍ତରେ ଆସିଥିବା ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ନହରପାଟଣା ଛକରେ ବିପୁଳ ସ୍ୱାଘତ କରାଯାଇଥିଲା ।
ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ସାଂସଦ ପ୍ରତାପ ଷଡଙ୍ଗୀ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ନିଳଗିରୀ ବିଧାୟକ ସୁକାନ୍ତ ନାୟକ,
ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା, ପୂର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ପ୍ରମୁଖଙ୍କ ଉପସ୍ଥିତିରେ ଶ୍ରୀ ସାମଲ ସେଠାରେ ବୃକ୍ଷରୋପଣ
କରିଥିଲେ । ଏହା ପରେ ଫୁଲାଡି ଛକଠାରୁ ବିରାଟ ମୋଟର ସାଇକେଲ ଶୋଭାଯାତ୍ରାରେ ଝାଡେଶ୍ୱର ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ ।
ସେଠାରୁ ବିରାଟ ଶୋଭାଯାତ୍ରାରେ ଗାନ୍ଧୀ ସ୍ମୃତି ଭବନରେ ପହଂଚିବା ପରେ ଏକ ଜଳଛତ୍ରର ଉଦ୍‌ଘାଟନ କରିବା ପରେ ଦଳ ତରଫରୁ
ଆୟୋଜିତ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ସମ୍ବର୍ଦ୍ଧନା ସଭାରେ ଜିଲ୍ଲା କମିଟିର ସମସ୍ତ ପଦାଧିକାରୀ, ମୋର୍ଚ୍ଚାର
ପଦାଧିକାରୀ ଓ କାର୍ଯ୍ୟକର୍ତାଙ୍କ ସମେତ ବିଭିନ୍ନ ସାମାଜିକ ସଂଗଠନର କାର୍ଯ୍ୟକର୍ତାମାନେ ଉପସ୍ଥିତ ଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂପାଦିକା ସିପ୍ରା ବାଜପେୟୀ, ଜିଲ୍ଲାର ସାଧାରଣ ସଂପାଦକ ପର୍ଶୁରାମ ପରିଡା, ଈଶ୍ୱର ଚନ୍ଦ୍ର ପରିଡା,
ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶୁଭଙ୍କର ମହାପାତ୍ର, ଶୋଭନା ମହାନ୍ତି, ପର୍ଶୁରାମ ବେହେରା,
ସୁଷମା ବିଶ୍ୱାଳ, ମାନସ ଦତ, ଲମ୍ବୋଦର ନାୟକ, କମଲ ଲୋଚନ ଦାସ, ସତ୍ୟଜିତ୍ ମିଶ୍ର, କମଳା ବିନ୍ଧାଣୀ ପ୍ରମୁଖଙ୍କ ସମେତ ଶତାଧିକ
କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି । ଏହି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ନିର୍ବାଚନ ମଣ୍ଡଳର ନାଟକଟା
ଗ୍ରାମ ପଂଚାୟତର ପରମାନନ୍ଦ ମହାପାତ୍ର, ସତ୍ୟରଞ୍ଜନ ମହାପାତ୍ର, ନୃସିଂହ ପ୍ରସାଦ ପ୍ରମୁଖ ନିଜ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ
ସାମିଲ ହୋଇଛନ୍ତି ।
(