ଦେଶରେ ପୁଣି ସରକାର ଗଢ଼ିବ ବିଜେପି

ନିର୍ବାଚନ ପୂର୍ବରୁ ଭୋଟରଙ୍କ ମୁଡ଼ ପରଖିଲା ସି-ଭୋଟର । ସର୍ଭେ ସତହେଲେ ବିଜେପି ଗଢ଼ିବ ସରକାର! । କେଉଁ ରାଜ୍ୟରୁ ଅଧିକ ଆସନ ପାଇବ ଏନଡ଼ିଏ !। କେଉଁ ରାଜ୍ୟରେ ବଢିବ ୟୁପିଏ ଆସନ ! ୨୦୨୪ ନିର୍ବାଚନ ପାଇଁ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି ବିଭିନ୍ନ ଦଳ। ଜାତୀୟ ଓ ଆଞ୍ଚଳିକ ଦଳ ବି ଏବେ ମିଶନ ମୋଡରେ। ଯଦି ନିର୍ବାଚନ ହୁଏ କେଉଁ ଦଳର ପଲ୍ଲା ଭାରି ରହିବ? ସରକାର କିଏ ଗଢିବ ଏନେଇ ଅଙ୍କକଶା ଆରମ୍ଭ ହୋଇ ଯାଇଛି। ଏ ସବୁକୁ ନେଇ ଇଣ୍ଡିଆ ଟୁଡେ ସି ଭୋଟର ସହ ମିଶି ସାରା ଦେଶରେ ମୁଡ ଅଫ ନେସନ ନାଁରେ ଏକ ସର୍ଭେ କରିଛି। ଯାହାର ରେଜଲ୍ଟ ବିଜେପି ସପକ୍ଷରେ ଅଛି।

ଆଉ ଇଣ୍ଡିଆଟୁଡେ- ସିଭୋଟର ସର୍ଭେ ରିପୋର୍ଟ ଅନୁସାରେ ଏନଡିଏକୁ ୨୯୮ ଆସନ, ୟୁପିଏକୁ ୧୫୩ ଆସନ ଓ ଅନ୍ୟଦଳକୁ ୯୨ ଆସନ ମିଳିବ । ସେହିପରି ୨୦୨୩ରେ ନିର୍ବାଚନ ହେଲେ କେଉଁ ଦଳ କେତେ ପ୍ରତିଶତ ଭୋଟ ପାଇବ ତାଉପରେ ନଜର ପକାନ୍ତୁ । ଏନଡିଏକୁ ୪୩ ପ୍ରତିଶତ ଭୋଟ ମିଳିବ, ସେହିପରି ୟୁପିଏକୁ ୨୯ ପ୍ରତିଶତ ଓ ଅନ୍ୟ ଦଳକୁ ୨୮ ପ୍ରତିଶତ ଭୋଟ ମିଳିବା ସମ୍ଭାବନା ରହିଛି । ବିଜେପିିକୁ ୨୮୪ ଆସନ, କଂଗ୍ରେସକୁ ୬୮ ଆସନ ଓ ଅନ୍ୟଦଳକୁ ୧୯୧ ଆସନ ମିଳିବା ସମ୍ଭାବନା ରହିଛି ।ସେହିପରି ଆଜି ଭୋଟ ହେଲେ ବିଜେପିକୁ ୩୯ ପ୍ରତିଶତ ଭୋଟ, କଂଗ୍ରେସକୁ ୨୨ ପ୍ରତିଶତ ଓ ଅନ୍ୟ ଦଳକୁ ୩୯ ପ୍ରତିଶତ ଭୋଟ ସେୟାର ମିଳିବା ଆକଳନ କରିଛି ଇଣ୍ଡିଆଟୁଡେ-ସିଭୋଟର ।

ଆଗାମୀ ଲୋକସଭା ନିର୍ବାଚନରେ କେଉଁ ରାଜ୍ୟରେ ବିଜେପି ନେତୃତ୍ୱାଧିନ NDA ସର୍ଭେ ରିପୋର୍ଟ ଅନୁସାରେ NDAକୁ ଆସାମ, ତେଲେଙ୍ଗାନା, ଉତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଫାଇଦା ମିଳିବ। ସେହିପରି UPAକୁ କର୍ଣ୍ଣାଟକ, ମହାରାଷ୍ଟ୍ର, ବିହାରରେ ଅଧିକ ଆସନ ମିଳିପାରେ ବୋଲି ସର୍ଭେ ରିପୋର୍ଟରେ ପ୍ରକାଶ ପାଇଛି।