ସିଏମସି ପୌର ପ୍ରଚାର ମୈଦାନ ରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି

ରାଜ୍ୟ ପୌର ନିର୍ବାଚନକୁ ଆଉ ଦିନ କେଇଟା ବାକିଥିବାବେଳେ ପ୍ରଚାର ମୈଦାନ କୁ ଓହ୍ଲାଇଲେଣି ହେଭି ୱେଟ । ପଂଚାୟତ ନିର୍ବାଚନ ରେ ଜନସାଧାରଣଙ୍କ ଆସ୍ଥାଭାଜନ ହୋଇ ପାରି ନ ଥିବା ବେଜେପି ପୌର ନିର୍ବାଚନ ପାଇଁ ଅଣ୍ଟା ଭିଡି ପ୍ରଚାର ମୈଦାନ ରେ ମାଡି ଚାଲିଛି I ସିଏମସି ପ୍ରଚାର ମୈଦାନ କୁ ଓହ୍ଲାଇଛନ୍ତି ଖୋଦ ରାଜ୍ୟ ସଭାପତି ସମୀର ମହାନ୍ତି। ୱାର୍ଡକୁ ୱାର୍ଡ ବୁଲି ପ୍ରାଚର କରୁଛନ୍ତି ବିଜେପି ମୁଖିଆ। ସାଙ୍ଗରେ ଅଛନ୍ତି କର୍ପୋରେଟର ଓ ମେୟର ପ୍ରାର୍ଥୀ। ପ୍ରଚାର ବେଳେ କଟକ ସହରର ସର୍ବାଙ୍ଗିନ ଉନ୍ନତି ପାଇଁ ଲୋକଙ୍କୁ ଭରସା ଦେବା ସହ ଗଳିକନ୍ଦିର ମୌଳିକ ସମସ୍ୟାକୁ ନେଇ ସରକାରଙ୍କୁ ନିଶାନା କରିଛନ୍ତି ବିଜେପି ରାଜ୍ୟ ସଭାପତି। ଭୁବନେଶ୍ବରର ଝାରପଡାରେ ବିଜେପିର ମେୟର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ। ସେପଟେ କଟକରେ ବିଜେଡିର ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା। ଦୋଳମୁଣ୍ଡାଇ ଜଗନ୍ନାଥ ମନ୍ଦିର ନିକଟରୁ ଏକ ବିରାଟ ଶୋଭାଯାତ୍ରା କରି ୱାର୍ଡରୁ ୱାର୍ଡ ବୁଲି ଭୋଟ ମାଗିଛନ୍ତି ମନ୍ତ୍ରୀ କଂଗ୍ରେସ ପାଇଁ କଟକ ସହରର ବିଭିନ୍ନ ୱାର୍ଡ ବୁଲି ବୁଲି ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ। ଦୁର୍ନୀତିମୁକ୍ତ ସିଏମସି ଗଠନ କରିବା ସହ ଲୋକଙ୍କର ମୌଳିକ ସମସ୍ୟାର ସମାଧାନ ପାଇଁ କଂଗ୍ରେସ ଦେଉଛି ପ୍ରତିଶ୍ରୁତି।
ବହ୍ମପୁର ମହାନଗର ନିଗମର ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାରକୁ ଓହ୍ଲାଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ। ୩୭ ରୁ ୪୨, ୬ଟି ୱାର୍ଡରେ ରୋଡ ଶୋ କରି ଦଳର କର୍ପୋରେଟର ଓ ମେୟର ପ୍ରାର୍ଥୀଙ୍କୁ ସାଙ୍ଗରେ ନେଇ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଜିଲ୍ଲାର ଅନ୍ୟ ବରିଷ୍ଠ ନେତାଙ୍କ ସହ ପ୍ରଚାର ସାମିଲ ହୋଇଥିଲେ ଓଲିଉଡ ତାରକା। ସେପଟ ବ୍ରହ୍ମପୁରର ୧ ଓ ୨ ନମ୍ବର ୱାର୍ଡରେ ପ୍ରଚାର କରିଛନ୍ତି