ଏକାମ୍ର ଓ ଜଟଣୀ ନିର୍ବାଚନ ମଣ୍ଡଳୀ ପାଇଁ ମାରାଥନ ପ୍ରଚାର କଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବାବୁ ସିଂ

ଏକାମ୍ର ଓ ଜଟଣୀ ନିର୍ବାଚନ ମଣ୍ଡଳୀ ପାଇଁ ମାରାଥନ ପ୍ରଚାର କରିଛନ୍ତି ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବାବୁ ସିଂ ଇ ରାଜଧାନୀ ଉପକଣ୍ଠ ଏକାମ୍ର ର ୯ଟି ପଞ୍ଚାୟତକୁ ନେଇ ଗଠିତ ୨୯ ନମ୍ବର ଜିଲ୍ଲା ପରିଷଦ ଜୋନ। ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶିଶୁପାଳଗଡ଼ ପଞ୍ଚାୟତ ରୁ ଆରମ୍ଭ ହୋଇ ଲିଙ୍ଗିପୁର ପଞ୍ଚାୟତ, ଇଟିପୁର ପଞ୍ଚାୟତ, ଟିକରପଡ଼ା ପଞ୍ଚାୟତରେ ବିଶାଳ ରାଲି କରି ଭାରତୀୟ ଜନତା ପାର୍ଟିର ୨୯ ନମ୍ବର ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁଜିତ କୁମାର ବଳବନ୍ତରାୟଙ୍କ ପାଇଁ ପ୍ରଚାର କରିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ସଭାପତି ତଥା ଏକାମ୍ର ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ । ଏହି ଅବସରରେ ବିଭିନ୍ନ ପଞ୍ଚାୟତର ସ୍ଥାନୀୟ ଜନସାଧାରଣ ବହୁତ ଆନନ୍ଦର ସହ ସ୍ୱାଗତ କରି ସମର୍ଥନ ଜଣାଇଥିଲେ।ଘରକୁ ଘର ବୁଲି ସୁଜିତ କୁମାର ବଳବନ୍ତରାୟ ଙ୍କୁ ବିପୁଳ ଭୋଟ୍ ରେ ବିଜୟୀ କରିବା ପାଇଁ ଅପରାଜିତା ଷଡ଼ଙ୍ଗୀ ଓ ବାବୁ ସିଂ ସମସ୍ତ ପଞ୍ଚାୟବାସୀ ଙ୍କୁ ନିବେଦନ କରିଥିଲେ।
ଏହି ପ୍ରଚାର ରେ ବିଜେପି ନେତା ଅରୁଣ ପୁରୋହିତ, ସୁନୀଲ ପ୍ରଧାନ, ତାପସ ଦଳାଇ, ସୁରେନ୍ଦ୍ର ପ୍ରଧାନ, ଶିବ ବେହେରା, ମନୋଜ ପଶ୍ଚିମକବାଟ, ବିଭୁତି ଭୂଷଣ ପ୍ରଧାନ, ସୁଶୀଲ ଛୁଆଳ ସିଂ, ପ୍ରଦ୍ୟୁମ୍ନ ଜେନା, କାହ୍ନୁ ସାମଲ, ଶିବରମ ମିଶ୍ର, ଶରତ ଚନ୍ଦ୍ର ନାୟକ, କ୍ଷେତ୍ରମୋହନ ରାଉତ, ସନ୍ତୋଷ ମୁଦୁଲି, ଭଗବାନ ଦାଶ, ବୃନ୍ଦାବନ ସ୍ୱାଇଁ, ମାନସ ରଞ୍ଜନ ପରିଡ଼ା, ପଞ୍ଚାନନ ସ୍ୱାଇଁ, ରାଜେନ୍ଦ୍ର ଖଟୁଆ,ବିଜୟ କୁମାର ସାହୁ ଙ୍କ ସହ ସ୍ଥାନୀୟ ନେତୃତ୍ୱ, ଯୁବ ମୋର୍ଚ୍ଚା, ମହିଳା ମୋର୍ଚ୍ଚାର କର୍ମୀ ଉପସ୍ଥିତ ରହି ପ୍ରାର୍ଥୀ ଙ୍କ ମନୋବଳ କୁ ସୁଦୃଢ କରିବା ସହ ଭୋଟ ଭିକ୍ଷା କରିଲେ।