ପୁରୀ ଓ କଟକ ଜିଲ୍ଲାରେ ମାରାଥନ ପ୍ରଚାର କେଲେ ବିଜେପି ନେତା ସମୀର ମହାନ୍ତି

ନିର୍ବାଚନ ମଇଦାନକୁ ଓହ୍ଲାଇଲେ ବରିଷ୍ଠ ବିଜେପି ନେତା ସମୀର ମହାନ୍ତି I କଟକ ଓ ପୁରୀ ଜିଲ୍ଲା କୁ ଗସ୍ତ କରି ମାରାଥନ ନିର୍ବାଚନ ପ୍ରଚାର କରିବା ସହିତ ମୋଦି ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ସମ୍ପର୍କର ଭୋଟର ଙ୍କୁ ଅବଗତ କରାଇଥିଲେ ଇ ତା ସହିତ ରାଜ୍ୟ ସରକାର କି ଭଳି କେନ୍ଦ୍ରରୁ ଆସୁଥିବା କ୍ଷତିଗ୍ରସ୍ତ ବାସହୀନଙ୍କ ଘର ନିର୍ମାଣ ବାବଦରେ ହଜାର ହଜାର କୋଟି ଟଙ୍କା କୁ ତୋଷରପାତ କରିଛନ୍ତି ସେ ବିଷୟରେ ଜନ ଜାଗରଣ କରିଥିଲେ I ଏହା ବାଦ କେନ୍ଦ୍ର ସରକାରଙ୍କ ଅନୁମୋଦନ ସତ୍ୱେ ଲକ୍ଷ ଲକ୍ଷ ଘର ଆବଂଟନ ହୋଇନପାରି ରାଜ୍ୟ ସରକାରଙ୍କ ପାଖରେ ପଡିରହିଛି । ‘ପିସି ଷ୍ଟପ୍‌’ ର ବାହାଷ୍ପୋଟ ମାରୁଥିବା ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ବର୍ତମାନ ପିସି ପ୍ରତିଶତ ୩୦ ରୁ ୪୦ କୁ ବୃଦ୍ଧି ପାଇଛି । ଦଳୀୟ ଆଧାରରେ ବାସଗୃହ ବଂଟନ କରି ରାଜ୍ୟର ଅଗଣିତ ଆର୍ଥିକ ଦୁର୍ବଳ ଓ ଗରୀବ ଲୋକଙ୍କୁ ବାସହୀନ କରି ରଖିବା ଶାସକ ବିଜେଡିର ଜନବିରୋଧୀ ମାନସିକତାକୁ ସ୍ପଷ୍ଟ କରିଛି । ଏହା ଅତ୍ୟନ୍ତ ଦୁର୍ଭଗ୍ୟଜନକ ଏବଂ ରାଜ୍ୟରେ ବାସଗୃହ ଆବଂଟନ ଦାୟୀତ୍ୱରେ ଥିବା ଶାସକ ବିଜୁ ଜନତା ଦଳ ପାଇଁ ଏହା ବଡ ଲଜ୍ଜାର ବିଷୟ ବୋଲି ବିଜେପିର ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଚଳିତ ପଂଚାୟତ ନିର୍ବାଚନ ପ୍ରଚାର ଅବସରରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ଆଜି ପୁରୀ ଜିଲ୍ଲା ସତ୍ୟବାଦୀ କଣାସ ଜୋନ-୪ ର ପାଣ୍ଡିଆକେରା, ବଡପୁଟ, ସାନପୁଟ ଦୋକନ୍ଦା, ନାନେକେରା, ବଡାସ, ଛୋଡିଯୋଡି ଆଦି ବିଭିନ୍ନ ଗ୍ରାମ ଗସ୍ତ କରି ଦଳୀୟ ପ୍ରାର୍ଥୀ ସୈାମ୍ୟ ରଂଜନ ବଳିଆରସିଂହ ସପକ୍ଷରେ ଭୋଟ ନିବେଦନ କରିଛନ୍ତି । ଏହି ଅବସରରେ ବରିଷ୍ଠ ନେତା କୃଷ୍ଣ ଜଗଦ୍ଦେବ, ରାଜ୍ୟ ମୁଖପାତ୍ର ରମାରଂଜନ ବଳିୟାରସିଂହ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଓମପ୍ରକାଶ ମିଶ୍ର ପ୍ରମୁଖଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

ସେହିପରି ଅପରାହ୍ନରେ କଟକ ସଦର ନିର୍ବାଚନମଣ୍ଡଳୀର ଜୋନ-୪ ରେ ଦଳୀୟ ପ୍ରାର୍ଥିନୀ ସୁଜାତା ଦାସଙ୍କ ସପକ୍ଷରେ ସଇଣ୍ଡା, ନଛିପୁର, ଖଣ୍ଡେଇତା, ଶଙ୍ଖତ୍ରାସ ଗ୍ରାମ ଏବଂ ଜୋନ-୬ ରେ ଦଳୀୟ ପ୍ରାର୍ଥିନୀ ମଧୁସ୍ମିତା ସାସମଲଙ୍କ ସପକ୍ଷରେ ବୈାଳିଶମୈାଜା ଅଂଚଳର କୁଳସଂକୁଚୁଆଁ, କଳପଡା, ବେଂଟପୁର ଗ୍ରାମରେ ବାଇକଯାତ୍ରା ଓ ପଦଯାତ୍ରା କରି ଭୋଟ ନିବେଦନ କରିଥିଲେ । ଏହି ଅବସରରେ ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।