ବିଜେପି କାମର ହିସାବ ଦେଇ ଭୋଟ ମାଗୁଛି:ହିମନ୍ତ ବିଶ୍ୱଶର୍ମା

ଭୁବନେଶ୍ବର: ଆଜି ଭୁବନେଶ୍ୱରରେ ପ୍ରବୁଦ୍ଧ ନାଗରିକ ସମ୍ମିଳନୀରେ ଯୋଗ ଦେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ତାଙ୍କ ବକ୍ତବ୍ୟ ରଖିଛନ୍ତି ।ସେ କହିଛନ୍ତି ଆମ ପାଖରେ ୪ଶହରୁ ଅଧିକ ସିଟ୍ ଲୋକସଭାରେ ରହିଆସିଛି । କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆଣିଲା ବେଳେ ୪ଶହରୁ ଅଧିକ ସମର୍ଥନ ଥିଲା । ଇନ୍ଦିରା ଗାନ୍ଧି ଜରୁରୀ ପରିସ୍ଥିତି ଆଣିବା ପରେ ଧର୍ମନିରପେକ୍ଷ ଶବ୍ଦ ଯୋଡିଲେ ।

ଆଜି ଭାରତରେ ଧର୍ମନିରେପକ୍ଷତା ରହିଛି, ଆମ ସଭ୍ୟତା ଥିବା ଯାଏ ରହିବ । ଧର୍ମନିରପେକ୍ଷତାକୁ ଭାରତବାସୀ ୫ ହଜାର ବର୍ଷରୁ ସୁରକ୍ଷା ଦେଇଆସୁଛନ୍ତି ବୋଲି କହିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ । ନାରୀ ଶକ୍ତି ବନ୍ଦନ ଅଧିନିୟମ, ତିନ୍‌ ତଲାକ ବେଳେ ୪ଶହ ସମର୍ଥନ ମିଳୁଥିଲା । ଆମେ ସମ୍ବିଧାନ ସହ କେବେ ଖେଳିବାକୁ ଚେଷ୍ଟା କରିନାହୁଁ । ଆମ ଦେଶ ଓ ସଭ୍ୟତା ୫ ହଜାର ବର୍ଷର ପୁରୁଣା, ଆମ ସଭ୍ୟତା ଆରମ୍ଭରୁ ଆମେ ଧର୍ମନିରପେକ୍ଷ ବୋଲି କହିଲେ ହିମନ୍ତ ବିଶ୍ୱଶର୍ମା ।

ସେ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରି କହିଛନ୍ତି ଯେ ମାଇକ ଧରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଜଣେ ଲୋକ ଦରକାର । ଏଭଳି ମୁଖ୍ୟମନ୍ତ୍ରୀ ଜିତିଲେ ରାଜ୍ୟର ବିକାଶ କେମିତି ହେବ । ମୁଁ ବିଜେଡି ବିରୋଧରେ ନୁହେଁ , ବିଜେପି କାମର ହିସାବ ଦେଇ ଭୋଟ ମାଗୁଛି ।ଏଥର ଓଡିଶାରେ ବିଜେପି ସରକାର ହେବ ବୋଲି ମୋର ବିଶ୍ବାସ ଅଛି କହିଲେ ହିମନ୍ତ ବିଶ୍ୱଶର୍ମା।