ନୂଆଦିଲ୍ଲୀ: ସମ୍ବିଧାନର ୭୫ ବର୍ଷ ଉପରେ ରାଜ୍ୟସଭା ଆଲୋଚନା ବେଳେ ଗୃହମନ୍ତ୍ରୀ ଅମିତ ଶାହା ୟୁନିଫର୍ମ ସିଭିଲ୍ କୋଡ୍ (ୟୁସିସି), ମୁସଲିମ୍ ବ୍ୟକ୍ତିଗତ ଆଇନ ଏବଂ ଧାର୍ମିକ ସଂରକ୍ଷଣ ସମେତ ପ୍ରମୁଖ ପ୍ରସଙ୍ଗଗୁଡିକ ଉପରେ ଆଲୋକପାତ କରିଥିଲେ। ଦୁଇ ଦିନିଆ ମାରାଥନ୍ ବିତର୍କକୁ ସମାପ୍ତ କରି ଶାହା ସର୍ଦ୍ଦାର ପଟେଲଙ୍କ ଏକତା ପ୍ରୟାସକୁ ସମ୍ମାନ ଜଣାଇ ତାଙ୍କ ଅବଦାନର ମହତ୍ତ୍ଵକୁ ଉଲ୍ଲେଖ କରିଥିଲେ। ୟୁନିଫର୍ମ ସିଭିଲ କୋଡ (ୟୁସିସି) ଲାଗୁ କରିବାକୁ ବିଜେପିର ପ୍ରତିବଦ୍ଧତାକୁ ନିଶ୍ଚିତ କରି ଶାହା ଘୋଷଣା କରିଛନ୍ତି ଯେ, ବିଜେପି ସରକାର ପ୍ରତ୍ୟେକ ରାଜ୍ୟରେ ୟୁନିଫର୍ମ ସିଭିଲ କୋଡ ଆଣିବେ।